ମୁଖ୍ୟମନ୍ତ୍ରୀ ରେସରୁ ଓହରି ଗଲେ ପ୍ରତିଭା ସିଂ

ଶିମିଲା: ହିମାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ବିବାଦର ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଥିବା ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଓହରି ଯାଇଥିବା ସୂଚନା ମିଳିଛି । ଏ ନେଇ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଦିଲ୍ଲୀକୁ ଲେଖିଥିବା ଏକ ଚିଠି ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି କରିଛି। ଚିଠିରେ ପ୍ରତିଭା ନିଜର କ୍ଷୋଭ ପ୍ରକାଶ କରି ଲେଖିଛନ୍ତି, ଦଳ ରାଜ୍ୟରେ ତାଙ୍କ ସ୍ୱାମୀଙ୍କ ନାମରେ ନିର୍ବାଚନ ଲଢ଼ିଲା। କିନ୍ତୁ ନିର୍ବାଚନ ପରେ ତାଙ୍କ ପରିବାରକୁ ଅଣଦେଖା କରାଯାଉଛି । ସେ ଆହୁରି କହିଛନ୍ତି,  ୪୦ ଜଣ ବିଧାୟକଙ୍କର ସମର୍ଥନ ତାଙ୍କ ପ୍ରତି ନାହିଁ । ତେଣୁ ସେ ସେ ମୁଖ୍ୟମନ୍ତ୍ରୀ ରେସରୁ ଓହରି ଯାଉଛନ୍ତି ।

Omkar Vasthu
Omkar Vasthu

ଅନ୍ୟପକ୍ଷେ ରାଜ୍ୟର ପୂର୍ବତନ ରାଜ୍ୟ ମୁଖ୍ୟ ସୁଖବିନ୍ଦର ସିଂ ସୁଖଙ୍କ ପ୍ରତି ୨୫ ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ରେସରେ ସେ ମଧ୍ୟ ଜଣେ ଦାବିଦାର ବୋଲି କୁହାଯାଉଛି ।   ତାଙ୍କ ପଛକୁ ଅଛନ୍ତି଼ ଗତ ବିଧାନସଭାରେ କଂଗ୍ରେସ ବିଧାନସଭା ଦଳର ନେତା ମୁକେଶ ଅଗ୍ନିହୋତ୍ରୀ ।

Pearl dental clinic
Near Ashish Medical Store, Bhawanipatna

ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜୋରଦାର ହୋଇଥିଲା  । କିଏ ହେବ ମୁଖ୍ୟମନ୍ତ୍ରୀ  ଚୂଡ଼ାନ୍ତ ହୋଇପାରୁ ନ ଥିଲା  ନାଁ ।  ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା । ହାଇକମାଣ୍ଡଙ୍କୁ ତିନିଜଣଙ୍କ ନାଁ ମଧ୍ୟ ସୁପାରିଶ କରାଯାଇଥିଲା ।   ୩ ଜଣଙ୍କ ମଧ୍ୟରେ ଥିଲେ ପ୍ରଦେଶ ଅଧ୍ୟକ୍ଷ ତଥା ସାଂସଦ ପ୍ରତିଭା ସିଂ, ସୁଖବିନ୍ଦର ସିଂ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀ ।  ଏମାନଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବାର ଥିଲା । ହେଲେ ତା ପୂର୍ବରୁ ପ୍ରତିଭା ସିଂ ଏପରି ଘୋଷଣା କରିଛନ୍ତି

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.