ଓଡ଼ିଆ ବାର୍ତ୍ତା/ କଟକ (ଶ୍ରୀକାନ୍ତ ବେଉରା): କଟକ ସ୍ଥିତ ଗଡଗଡିଆ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ମାନବିକ ଅଧିକାର କବି କର୍ମଶାଳାରେ କବିତା ଝଙ୍କାର ସାହିତ୍ୟ, କଳା ଏବଂ ସେବା ପରିଷଦର ପ୍ରତିଷ୍ଠାତା ତଥା ସମ୍ବଲପୁରର ଯୁବକବି ଶିବାତ୍ମକ ପଣ୍ଡା ‘ଯୁଗମିତ୍ର ସମ୍ମାନ ୨୦୨୨’ରେ ସମ୍ମାନିତ ହୋଇଛନ୍ତି। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ କବିମାନେ ଉପସ୍ଥିତ ରହି ମାନବିକ ଅଧିକାର, ଶ୍ରମିକ ଅଧିକାର , ଶିଶୁ ଅଧିକାର, ମହିଳାମାନଙ୍କ ଅଧିକାର ଏବଂ ଦିବ୍ୟାଙ୍ଗମାନଙ୍କ ଅଧିକାର ସମ୍ପର୍କିତ କବିତା ପାଠ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ଜାଲ, ଆୟୁଷ ବଢ଼େଇ, ଟୋନିସ ରୋହିଦାସ, ରେତ୍ୟୁସ କଂସରାଲି, ଡ.ନିତ୍ୟାନନ୍ଦ ଖମାରୀ ପ୍ରମୁଖ କବିମାନେ ମଧ୍ୟ ସମ୍ମାନିତ ହୋଇଥିଲେ।