ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ନିଜସ୍ବ ପ୍ରୟାସରେ ଯାଦବ ଜନ ଗଣନା କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ୧୯୨୪ ମସିହାରେ ସ୍ଥାପିତ ହୋଇଥିବା ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ଶତବାର୍ଷିକୀ ଉତ୍ସବ ବ୍ଲକରୁ ଆରମ୍ଭକରି ଜାତୀୟ ସ୍ତର ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରିବାନେଇ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏହାସହ ସାଙ୍ଗଠନିକ ସ୍ଥିତି ଉପରେ ଏହି କାର୍ଯ୍ୟକାରିଣୀ ବୈଠକରେ ଆଲୋକପାତ କରାଯାଇଛି। ବୈଠକରେ ଜିଲ୍ଲା ଉପସଭାପତି ଦୁଲ୍ଲଭ ମାହାର, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ସମେତ ବ୍ଲକ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଯୁଗ୍ମ ସମ୍ପାଦକ କିର୍ତ୍ତିଚନ୍ଦ୍ର ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ।