ପିତା ମାତାଙ୍କ ଦେହାନ୍ତ ପରେ ଦୁଇ ଝିଅକୁ ସହାୟ ହେଲା ଆଶୀର୍ବାଦ ଯୋଜନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କଲମ ପଞ୍ଚାୟତ ଠେମରା ଗାଁରେ ରହୁଥିଲେ ନରେଶ ମାଝୀଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ ବନୁଆ ମାଝୀ ଓ ଦୁଇ ଝିଅ ବୈଷ୍ଣବୀ ମାଝୀ ଓ ନବ୍ୟା ମାଝୀ। ହେଲେ ଦଇବର ବିଚିତ୍ର ଲୀଳା। ଅଜଣା ରୋଗରେ ଆକ୍ରାନ୍ତ ହୋଇ ବାନୁଆଙ୍କ ଦେହାନ୍ତ ହେଲା। ପରେ ନରେଶ ବିନତା ମାଝୀଙ୍କୁ ଦ୍ୱିତୀୟ ବିବାହ କରି ଘରକୁ ଆଣିଲେ ଛୁଆ ମାନଙ୍କର ଦେଖାଶୁଣା କରିବାପାଇଁ। ନରେଶ ମଧ୍ୟ ଗତବର୍ଷ କରୋନା ସମୟରେ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ। ଏହାର କିଛିଦିନ ବ୍ୟବଧାନରେ ବିନତା ମଧ୍ୟ ଛୁଆ ମାନଙ୍କୁ ଛାଡି ଅନ୍ୟତ୍ର ପଳାୟନ କଲେ। ଫଳରେ ଦୁଇଜଣ ଛୁଆ ଦେଖୁ ଦେଖୁ ଅନାଥ ହୋଇଗଲେ। ଏହି ସମସ୍ୟା ବିଷୟରେ ସମାଜସେବୀ ଯଶୋବନ୍ତ ରଣା ଜାଣିବା ପରେ ସେମାନଙ୍କ ଘରକୁ ପହଂଚି ସେମାନଂକୁ ଆଶୀର୍ବାଦ ଯୋଜନା ବିଷୟରେ କହି ଦୁଇଜଣ ଶିଶୁଙ୍କୁ ଭବାନୀପାଟଣା ସ୍ଥିତ ଡିସିପିଓ ଅଫିସ ନେଇ ଆଶୀର୍ବାଦ ଯୋଜନାରେ ସାମିଲ କରାଇଛନ୍ତି। ଦୁଇଜଣଙ୍କୁ ଏବେ ମାସିକ ତିନି ହଜାର ଟଙ୍କା ମିଳୁଛି। ଦୁଇଜଣ ଝିଅ ଏବେ ଖୁସିରେ ପାଠ ପଢିପାରୁଛନ୍ତି। ଜଣେ ମାଡିଙ୍ଗ ସ୍ଥିତ ଆଶ୍ରମ ସ୍କୁଲରେ ପଢ଼ୁଥିବା ବେଳେ ଆଉ ଜଣେ ଗାଁ ସ୍କୁଲରେ ପଢୁଛନ୍ତି। ଏହିପରି ଏକ ଅଭିନବ ଯୋଜନା କରିଥିବାରୁ ତାଙ୍କର ଜେଜେମା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣେଇବା ସହ ସମାଜସେବୀ ଯଶୋବନ୍ତ ରଣାଙ୍କୁ ମଧ୍ୟ ସାଧୁବାଦ ଜଣେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.