ଆଜିଯାଏଁ ଖାଲି ପଡ଼ିଛି ସୁଶାନ୍ତଙ୍କ ବିଳାସ ପୂର୍ଣ୍ଣ ଆପାର୍ଟମେଣ୍ଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ବି ବିଶ୍ୱାସ କରିପାରୁ ନାହାଁନ୍ତି ଫ୍ୟାନ୍ସ । ସୁଶାନ୍ତ ସିଂଙ୍କ ମୃତ୍ୟୁ ୨ବର୍ଷ ବିତି ଯାଇଥିଲେ ମଧ୍ୟ ଫ୍ୟାନ୍ସଙ୍କ ମନରୁ ଭୁଲିନି ସୁଶାନ୍ତଙ୍କ ସ୍ମୃତି  । ତାଙ୍କର ପ୍ରତିଟି ଜିନିଷକୁ ନେଇ ଫ୍ୟାନ୍ସ ମାନେ ଆଜି ବି ବିତିଯାଇଥିବା ସେହି ଦିନକୁ ମନେ ପକାଉଛନ୍ତି  ।  ସେହିପରି ନିକଟରେ ସୁଶାନ୍ତଙ୍କ ବିଶାଳ ଆପାର୍ଟମେଣ୍ଟକୁ ନେି ଚର୍ଚ୍ଚା ଜୋର ଧରିଛି  । ମୁମ୍ବାଇରେ ଅବସ୍ଥିତ ସୁଶାନ୍ତଙ୍କ ବିଶାଳପୂର୍ଣ୍ଣ ଘର । ଯାହା ଏବେବି ଖାଲି ରହିଛି  ।  ୨୦୨୦ ଜୁନ୍‌ ୧୪ ରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା  । ସେବେଠାରୁ ତାଙ୍କର ସେହି ବିଶାଳପୂର୍ଣ୍ଣ ଘରକୁ କେହି ଯାଉଛନ୍ତି ନାଁ ସେହି ଘରେ ରହୁଛନ୍ତି  । କିଛି ଲୋକ ଏହି ଘରକୁ ଯିବାକୁ ଭୟ କରୁଛନ୍ତି ତ କିଛି ଲୋକ ସୁଶାନ୍ତଙ୍କ ମୃତ୍ୟୁ ଦୃଶ୍ୟ ମନେପକାଇ ଭାବବିହ୍ୱଳ ହୋଇଯାଉଛନ୍ତି  ।  କହିବାକୁ ଗଲେ ସେହି ଘରକୁ ଭଡ଼ାରେ ନେବାକୁ ଭୟ କରୁଛନ୍ତି ଲୋକେ । ତେଣୁ ଆଜିବି ସୁଶାନ୍ତଙ୍କ ଏହି ବିଳାସପୂର୍ଣ୍ଣ ଘର ଖାଲି ପଡ଼ିଛି  । ନିକଟରେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଏହି ରୁମ୍ର ଦାମ ଲେଖି ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଯେ, ଏହି ଘର ୫ ଲକ୍ଷ ଟଙ୍କାରେ ଉପଲବ୍ଧ  । ତେବେ ଦଲାଲଙ୍କ କହିବା ଅନୁଯାୟୀ, ଏହି ଘରର କୌଣସି ଭଡ଼ା ଚୁକ୍ତି ଆଜିଯାଏଁ ସ୍ଥିର ହୋଇନଥିଲା  ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.