ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ‘ଗର୍ଜନ’ ପରେ ପଲଟିପାରନ୍ତି ଆପ୍ ବିଧାୟକ

ଓଡ଼ିଆ ବାର୍ତ୍ତା/ ସୁରଟ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ପରେ ଆମ ଆଦମୀ ପାର୍ଟିର ବିଧାୟକମାନେ ପଟ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଆମ୍ ଆଦମୀ ପାର୍ଟିର ବିଶାବାଦରୁ ଜିତିଥିବା ବିଧାୟକ ଭୂପତ ଭୟାନି ଭାରତୀୟ ଜନତା ପାର୍ଟି ସପକ୍ଷରେ ଗୁଣଗାନ କରିବା ଆରମ୍ଭ କରିଛନ୍ତି। ଭୂପତ କହିଛନ୍ତି ଯେ ଆପକୁ ଆସିବା ପୂର୍ବରୁ ସେ ବିଜେପିର ଜଣେ ସୈନିକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିର ପ୍ରଶଂସକ ଅଟନ୍ତି। ଭୂପତ ଭାଇ କହିଛନ୍ତି ଯେ ପୂର୍ବରୁ ମୁଁ ଭାରତୀୟ ଜନତା ପାର୍ଟିରେ ଥିଲି ଏବଂ ବିଜେପିରେ ବଢିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ବିଧାନସଭା ନିର୍ବାଚନରେ ୪ ଥର ବିଜୟୀ ହୋଇଛି। ଭାରତୀୟ ଜନତା ପାର୍ଟିର ବହୁମତ ରହିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁଜୁରାଟ ଯେଉଁଭଳି ଭାବରେ ଆଗକୁ ବଢୁଛି ସମସ୍ତେ ଏହା ଜାଣନ୍ତି। ଭୁପେନ୍ଦ୍ର ପଟେଲ ଏବଂ ସିଆର ପାଟିଲଙ୍କ ନେତୃତ୍ୱରେ ସରକାରଙ୍କୁ ଜନସାଧାରଣଙ୍କ ସମର୍ଥନ ମିଳିଛି।

Omkar Vasthu
Omkar Vasthu

ସେ କହିଛନ୍ତି ଯେ ତାଙ୍କ ଅଂଚଳର କୃଷକମାନଙ୍କ ପାଇଁ କିଛି ଭଲ କାମ କରିବା ଉଚିତ। ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ ଦଳ ପରିବର୍ତ୍ତନ କରିବା କଥା ଆଲୋଚନା କରିବେ। ତା’ପରେ ସେ ନିଷ୍ପତ୍ତି ନେବେ। ଏବେ ସେ ବିଜେପିରେ ଯୋଗ ଦେବେ ବୋଲି ଚିନ୍ତା କରିନାହାନ୍ତି। ହେଲେ ଆଗାମୀ ଦିନରେ ସେ ତାଙ୍କ ପୁରୁଣା ଦଳରେ ଯେ ଯୋଗ ଦେବେନି ବୋଲି କୌଣସି ଗ୍ୟାରେଣ୍ଟି ଦେଇ ନାହାନ୍ତି। ବିଧାୟକ ଭୂପତ ଆହୁରି କହିଛନ୍ତି ଯେ ନିର୍ବାଚନ ଫଳାଫଳ ଘୋଷଣା ପରେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.