ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ରାୟଗଡା ମହାବିଦ୍ୟାଳୟର ଦୁଇ ଛାତ୍ରୀ ବିଦ୍ୟୁତପ୍ରଭା ତୁରୁକ ଏବଂ ନେହା ସୁନାନୀ ଆସାମ ସ୍ଥିତ ଗୈାହାଟି ରୟାଲ ଗ୍ଳୋବାଲ ୟୁନିଭରସିଟିରେ ଅୟୋଜିତ ଟେବୁଲ ଟେନିସ ପ୍ରତିଯୋଗିତାରେ ଭାଗ ନେଇ ଫେରିଛନ୍ତି । ଉକ୍ତ ପ୍ରତିଯୋଗିତାଟି ଚଳିତ ମାସ ଗତ ୫ଡିସେମ୍ବରରୁ ୮ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଛାତ୍ରୀ ଦ୍ୱୟ ଫେରିବା ପରେ କଲେଜର ଅଧ୍ୟକ୍ଷା ଡ.ଅର୍ଚ୍ଚନା ପଟ୍ଟନାୟକ, କ୍ରୀଡା ସଂସଦର ଉପସଭାପତି ରଘୁନାଥ ଭୁଏ,ରୋମ୍ୟରଂଜନ ସାହୁ, କ୍ରୀଡା ଅଧ୍ୟାପିକା କ୍ୟାପଟେନ୍ ରୀତାରାଣୀ ମିଶ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

ପ୍ରକାଶ ଥାଉ କି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ସଂସଦ ପରିଷଦ ପକ୍ଷରୁ ଆନ୍ତଃ ବିଶ୍ୱ ବିଦ୍ୟାଳୟ ଟେବୁଲ ଟେନିସ ମହିଳା ଦଳ ଆସାମ ଗସ୍ତ କରିଥିଲେ । ଦଳରେ ଆରସିଏମ କଲେଜ ଖଲ୍ଲିକୋଟର ସୁପ୍ରିୟା ପଲେଇ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗର ପିଙ୍କି ହିମିରିକାଙ୍କ ସମେତ କୋଚ ଓ ପିଇଟି ଗସ୍ତ କରିଥିଲେ ।





