ଆମପାଣି ଠାରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଁ ଯୋଗଦେଇ ଆନୁଷ୍ଠାନିକ ଭାବେ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଛନ୍ତି। ଏଥି ସହିତ ମହିଳାଙ୍କୁ ସ୍ୱାବଲମି କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଋଣ ପ୍ରଦାନ କରି ଆତ୍ମନିର୍ଭରଶୀଳ ହେବାପାଇଁ ସୁଯୋଗ ସୃଷ୍ଟି କରିଥିବା ବେଳେ ମିଶନ ଶକ୍ତି ଗୃହ ଆଉ ପଦେ ଆଗକୁ ନେବ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ମହିଳା ମିଶନ ଶକ୍ତି ସଭାପତି କୁନ୍ତୀ ନାୟକ, ସମ୍ପାଦିକା କ୍ଷୀର ଚଲାନ, ସିରାପି ମମତା ମାଝୀ, ଯୁଗ୍ନି ମାଝୀ, ମାଳତୀ ମାଝୀ, ଗୀତାଞ୍ଜଳି ନାୟକ, ଭାଗ୍ୟଶ୍ରୀ ତାଣ୍ଡି, ତବୁ ଖମାରୀ, ଏମବିକେ ଭୂମିଶୁତା ସୁନା ସମେତ ଅନେକ ସ୍ବୟଂ ସହାୟିକା ଗୋଷ୍ଠିର ମହିଳାମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.