ଅନନ୍ୟ ବ୍ୟକ୍ତିତ୍ବ ଡ଼ାକ୍ତର ସୁରେନ୍ଦ୍ରନାଥ ଦାସ

ଡ଼ା. ସୁରେନ୍ଦ୍ରନାଥ ଦାସ (ବୁଟୁ) ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ। ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋଟା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଲକ୍ଷ୍ମୀଧର ଦାସ ଓ ମାତାଙ୍କ ନାମ ଶଶିରେଖା ଦାସ। ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରାମ ସ୍କୁଲରେ ଆରମ୍ଭ ହୋଇଥିଲେ। ପରବର୍ତ୍ତୀ ସମୟରେ ଗମ୍ଭାରିମୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ, ପତିତପାବନ ବାଣୀମନ୍ଦିରରେ ଏକାଦଶ ଏବଂ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲେ, ତା’ପରେ ବ୍ରହ୍ମପୁର କୃଷ୍ଣଚ଼ନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଏମବିବିଏସ୍ ପଢ଼ିଥିଲେ। ୧୯୭୬ ମସିହାରେ ଏମବିବିଏସ୍ ଶିକ୍ଷାରେ ଡ଼ିଗ୍ରୀ ହାସଲ କରିଥିଲେ। କୋଲକାତାରେ ଏମ୍.ଡ଼ି କରିଥିଲେ। ପିଏଚ଼୍.ଡ଼ି ଆଇ.ବି.ବି.ଏମ୍ ଓପନ୍ ନ୍ୟାଶନାଲ୍ ୟୁନିଭରସିଟିରେ କରିଥିଲେ। ଡ଼ିଏସ୍.ସି ଏବଂ ପିଏଚ଼.ଡ଼ି ହନରାରି ସେର୍ବୋଗା ୟୁନିଭର୍ସିଟି ଇଟାଲୀରେ କରିଥିଲେ। ସେ ଚ଼ାହିଁଥିଲେ ସରକାରୀ ଚ଼ାକରି ମଧ୍ୟ କରିପାରିଥାନ୍ତେ, କିନ୍ତୁ ସରକାରୀ ଚ଼ାକିରି ପ୍ରତି ମନ ନ ବଳାଇ ଜଣେ ଚ଼ିକିତ୍ସକ ଭାବେ ଜନତାଙ୍କ ସେବା କରିବା ଉଦ୍ଦେଶ୍ୟରେ ନିଜ ଗ୍ରାମ ନିକଟ ଗମ୍ଭାରିମୁଣ୍ଡାରେ ଏକ କ୍ଲିନିକ ଖୋଲି ରୋଗୀଙ୍କୁ ଚ଼ିକିତ୍ସା କରିବା ଆରମ୍ଭ କରିଥିଲେ। ତାଙ୍କ ଚ଼ିକିତ୍ସାରେ ରୋଗୀ ମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ସହ ତାଙ୍କ ପ୍ରତି ଅକୁଣ୍ଠ ସ୍ନେହ, ଶ୍ରଦ୍ଧା, ଭଲପାଇବା ବଢ଼ିଯାଇଥିଲା। ଖୁବ୍ କମଦିନରେସେ ଗମ୍ଭାରିମୁଣ୍ଡା ତଥା ବାଣପୁର ଅଞ୍ଚଳରେ ଜଣେ ସୁଦକ୍ଷ ଚ଼ିକିତ୍ସକ ଭାବେ ପରିଗଣିତ ହୋଇଥିଲେ।ଅଞ୍ଚଳରେ ସେ ବୁଟୁ ବାବୁ(ଡ଼ାକ୍ତର) ନାମରେ ପରିଚ଼ିତ ହୋଇଥିଲେ। ଚ଼ିକିତ୍ସା କ୍ଷେତ୍ରରେ ନିଜର ଦକ୍ଷତା, ପାରଦର୍ଶିତା ଓ ଲୋକପ୍ରିୟତାରେ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ ଏବଂ ବହୁ ଚ଼ିକିତ୍ସା ଅନୁଷ୍ଠାନ ସଭ୍ୟ ମଧ୍ୟ ହୋଇପାରିଥିଲେ। ତାଙ୍କର ଉତ୍ସର୍ଗୀକୃତ ଚ଼ିକିତ୍ସା ସେବା ପାଇଁ ସେ ସର୍ବଭାରତୀୟ ମେଡ଼ିକାଲ୍ ଆସୋସିଏସନ୍ ର ଆଜୀବନ ସଦସ୍ୟ ମଧ୍ୟ ରହିଛନ୍ତି। ୨୦୧୪/୧୮ ମସିହାରେ ଗିନିଜ୍ ବିଶ୍ବ ରେକର୍ଡ଼ ସମ୍ମିଳନୀରେ ଜଣେ ଆଲୋଚ଼କ ଭାବେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ମିଲେନିୟମ ଆୱାର୍ଡ଼, ହଲ ଅଫ ଫେମ ଆୱାର୍ଡ଼, କୋଭିଡ଼୍ ୱାରିଅର ଆୱାର୍ଡ଼, ଏମିନେଣ୍ଟ ଫିଜିସିଆନ୍ ଆୱାର୍ଡ଼, ଇଟାଲିର ସେବୋର୍ଗା ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ପିଏଚ଼ଡ଼ି ଆୱାର୍ଡ଼, ଭାରତୀୟ ଗୌରବ ଓ ଭାରତୀୟ ଜ୍ୟୋତି ଆୱାର୍ଡ଼, ଜୀବନ ବ୍ୟାପି ଡ଼ାକ୍ତରୀ ସେବା ପାଇଁ ସର୍ବଭାରତୀୟ ଚ଼ିକିତ୍ସା ବିଜ୍ଞାନ ସଂସ୍ଥାନ ପକ୍ଷରୁ ଆୱାର୍ଡ଼ ମିଳିସାରିଛି। ସେ କେବଳ ଜଣେ ସୁଦକ୍ଷ ଚ଼ିକିତ୍ସକ ନୁହଁନ୍ତି, ଜଣେ ଦକ୍ଷ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଶିକ୍ଷାବିଦ୍, ସମାଜସେବୀ, କବି, ଗାଳ୍ପିକ ଓ ଜନ ପ୍ରତିନିଧି।ଗମ୍ଭାରିମୁଣ୍ଡା ତଥା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ହେଉଥିବା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ସେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ନାଟକ ରଚ଼ନା କରିଥିବା ବେଳେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ନାଟକର ନିର୍ଦ୍ଦେଶନା ଓ ସଂଗୀତ ସଂଯୋଜନା କରିଛନ୍ତି। ତାଙ୍କ ରଚ଼ିତ ନାଟକ ମଧ୍ୟରେ ‘ସେରକ ପୂରିଲା,ମାଣକ ପୂରିଲା’, ‘ଭୁଲ ରହିଗଲା ତତେ ଭଲ ପାଇ’, ‘ଅଲିଭା ରହିଲା ବାସର ଦୀପ’, ‘ବିଧବା ମଥାରେ ପାଟ ପଣତ’, ‘ଏଠି ଭଲ ପାଇବା ପାପ’, ‘କୋଉଠୁ ଶିଖିଲୁ ତୁ ଏତେ କଥା’, ‘ଭାଗ୍ୟ ଯେବେ ସାଜେ ଭଗାରି ତାର’, ଏମିତି ଅନେକ ନାଟକ ଯାତ୍ରା ମଞ୍ଚରେ ଅଭିନୀତ ହୋଇ ଦର୍ଶକମାନଙ୍କ ସ୍ବୀକୃତି ଲାଭ କରିଛି।ଗ୍ରାମାଞ୍ଚଳ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ଉନ୍ନତି ନିମନ୍ତେ ନିଃଶୁକ୍ଳ ବିଦ୍ୟାଦାନ କରିଥାନ୍ତି। ସମାଜସେବା କିମ୍ବା ଜନସେବା କାର୍ଯ୍ୟରେ ସବୁବେଳେ ସେ ଆଗଭର, ଯେକୌଣସି ପରିସ୍ଥିତିରେ ସମାଜସେବା ପାଇଁ ଆଗେଇ ଆସନ୍ତି, କେବେ ହେଲେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଗମ୍ଭାରିମୁଣ୍ଡା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ବିକାଶ ସହ ଅଞ୍ଚଳକୁ ସର୍ବଦା ପ୍ରଗତି ପଥରେ ନେବା ପାଇଁ ଅହରହ ଚ଼େଷ୍ଟା କରୁଥାନ୍ତି। ବିଭିନ୍ନ ସମୟରେ ସେ ଅଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନ, ସଚ଼େତନତା କାର୍ଯ୍ୟକ୍ରମ, ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରିଥାନ୍ତି। ବିଶେଷତଃ ମ୍ୟାଲେରିଆ ଚ଼ିକିତ୍ସାରେ ସେ ସ୍ବତନ୍ତ୍ର ସ୍ଥାନ ପାଇ ପାରିଛନ୍ତି। ଏଥିପାଇଁ ସେ ଗିନିଜ ୱାର୍ଲ୍ଡ ବୁକ୍ ରେକର୍ଡରେ ସ୍ଥାନ ପାଇଁ ଅଞ୍ଚଳକୁ ଗୌରବାନ୍ବିତ କରିଛନ୍ତି। ସେ ସମଗ୍ର ଅଞ୍ଚଳରେ ଜଣେ ସୁଦକ୍ଷ ଚ଼ିକିତ୍ସକ, ଜନସେବକ, ପଥପ୍ରଦର୍ଶକ, ସମାଜସେବୀ ଭାବେ ପରିଗଣିତ।

Omkar Vasthu
Omkar Vasthu

ଲେଖକ: ବିଶ୍ବବିଜୟୀ ଦାଶ

ଯୁବ ସ୍ତମ୍ଭକାର
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ଫୋନ ନଂ: ୬୩୭୦୨୦୮୪୨୮

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.