ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ଡ଼ଙ୍ଗରୀପଡାର ସୋଲାର ପାଣି ଟାଙ୍କି ଦୀର୍ଘ ଦିନରୁ ଅଚଳ ରହିଥିବାରୁ ପଡାବାସୀ ମରାମତି ପାଇଁ ଦାବୀ କରିଛନ୍ତି। ସୂଚନା ଅନୁସାରେ, ପ୍ରାୟ ଦେଢ଼ ଶହ ଲୋକ ବସବାସ କରୁଥିବା ଏହି ପଡାରେ ପାନୀୟ ଜଳ ନିମନ୍ତେ ଦୁଇଟି ନଳ କୂପ ଥିବା ବେଳେ ପୂର୍ବରୁ ଗୋଟିଏ ନଳକୂପର ପାଣି ପାନୀୟ ଉପଯୋଗୀ ନ ଥିବାରୁ ମାତ୍ର ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ପଡ଼ାବାସୀ। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାବେଳେ ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଜଳ କଷ୍ଟ ଭୋଗିଥିବା ପଡାବାସୀ କୁହନ୍ତି। ତେଣୁ ତୁରନ୍ତ ସମସ୍ୟାର ସମାଧାନ କରିପାରିବା ପାଇଁ ସାଧାରଣରେ ଦାବି ହୋଇଛି। ଏନେଇ ପଡାର ପୂଜା ସରାବୁ, ବୀଣାପାଣି ସରାବୁ, ନେପୁର ସରାବୁ, ତରୁଲତା ଶତନାମୀ, ସୁରେଖା ଶତନାମୀ, ପରମାନନ୍ଦ ମାଝୀ,ସିଲ ଶତନାମୀ,ସିଙ୍ଗ ପାତ୍ର, ଧନମତୀ ଖରସେଲ ମରାମତି ପାଇଁ ଲିଖିତ ଜଣେଇଥିବା ସୂଚନା ମିଳିଛି। ଏନେଇ କୋକସରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତୀ ଭୋଇଙ୍କୁ ପଚାରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି, ଆର୍ଥିକ ରାଶି ମଞ୍ଜୁର ହେଲେ ଦୁଇତିନି ଦିନ ଭିତରେ ମରାମତି ହେବ ବୋଲି କହିଛନ୍ତି।





