କାହାକୁ ‘ପପୁ’ କହି କଟାକ୍ଷ କଲେ ଟିଏମସି ସାଂସଦ ମହୁଆ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଶିଳ୍ପ ଉତ୍ପାଦନ ଉପରେ ସଂସଦରେ ନିଜର ବକ୍ତବ୍ୟ ରଖି ମୋଦୀ ସରକାରକୁ ଘେରିଛନ୍ତି ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର। ସରକାରଙ୍କ ଆର୍ଥିକ ବିକାଶର ଦାବି ଉପରେ ଟିଏମସିର ଲୋକସଭା ସାଂସଦ ମହୁଆ ମୈତ୍ର ସରକାର ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଫେବୃଆରୀରେ ସରକାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଅର୍ଥନୀତି ବହୁତ ଭଲରେ ଅଛି ଏବଂ ସମସ୍ତେ ଗ୍ୟାସ ସିଲିଣ୍ଡର, ଘର ଏବଂ ବିଦ୍ୟୁତ ଭଳି ସମସ୍ତ ମୋଳିକ ସୁବିଧା ପାଇଛନ୍ତି, କିନ୍ତୁ ସରକାର ଏପରି କହି ଜନସାଧାରଣଙ୍କୁ ମିଛ କହିଛନ୍ତି।ସରକାରଙ୍କ ଏହି ଦାବିକୁ ମିଛ ବୋଲି ଏହି ଟିଏମସି ସାଂସଦ କହିଛନ୍ତି, ଆଠ ମାସ ପରେ ଡିସେମ୍ବରରେ ସ୍ଥିତି କିଛି ଅଲଗା ବୋଲି କାହିଛନ୍ତି। ସରକାର କହିଛନ୍ତି ଯେ ବଜେଟ ଆକଳନଠାରୁ ୩.୨୬ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଆବଶ୍ୟକ ହେବ। ୨୦୨୨-୨୩ ପାଇଁ ଅତିରିକ୍ତ ଅନୁଦାନ ଦାବି ଉପରେ ଲୋକସଭା ବିତର୍କରେ ସାଂସଦ ମହୁଆ ମୋଦି ସରକାରଙ୍କୁ ଭାରତର ବିକାଶ ବିଷୟରେ ମିଛ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ଏବଂ ଅର୍ଥନୀତି ନିୟନ୍ତ୍ରଣ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିବେଦନ କରିଛନ୍ତି। ମହୁଆ କହିଛନ୍ତି ଯେ ବିଜେପି ସରକାର ପପୁ ଶବ୍ଦ ବ୍ୟବହାର କରି ଏହାର ଅପାରଗତା ବିଷୟରେ କହୁଛନ୍ତି। କିନ୍ତୁ ସରକାରଙ୍କ ଅର୍ଥନୈତିକ ଆକଳନରୁ ଜଣାପଡିଛି ଯେ ପପୁ କିଏ? ଏହା ବ୍ୟତୀତ ସେ ବିଜେପିର ହିମାଚଳ ପରାଜୟକୁ ନେଇ ଏକ କଟାକ୍ଷ କରି କହିଛନ୍ତି ଯେ ନିର୍ବାଚନରେ ​​ବିଜେପି ସଭାପତି ନିଜ ରାଜ୍ୟକୁ ମଧ୍ୟ ବଞ୍ଚାଇ ପାରିଲେ ନାହିଁ, ତାହାଲେ ଏବେ ପପୁ କିଏ?

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.