କଳାହାଣ୍ଡିର ତପନ ଗଉଡ ମାର୍ସାଲ ଆର୍ଟସ୍ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ

ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କଲେ ଓଡ଼ିଆ ପୁଅ ତପନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅହମଦାବାଦର ଗ୍ଲୋବାଲ ଇଣ୍ଡିଆନ ଇଣ୍ଟରନେସନାଲ ସ୍କୁଲ ଠାରେ ‘ଇଣ୍ଟରନେସନାଲ ମାର୍ସାଲ ଆର୍ଟସ୍ ହଲ୍ ଅଫ୍ ଫେମ୍’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡିର ତପନ ଗଉଡ ‘ମାର୍ସାଲ ଆର୍ଟସ୍ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ହୋଇଛନ୍ତି। ଭାରତୀୟ ଯୁଦ୍ଧ କଳା ପ୍ରାଧିକରଣ (ମାର୍ସାଲ୍ ଆର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ) ସହ ଅନୁବନ୍ଧିତ ଡବ୍ଲୁକେଏଫଆଇ ଉସୁ କୁଂଫୁ ପକ୍ଷରୁ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଭାରତ ସମେତ ବିଭିନ୍ନ ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ପୁରାତନ ଯୁଦ୍ଧ କଳା ଭୋଲାଇନୋରେ ଅଭୂତପୂର୍ବ ପ୍ରଦର୍ଶନ କରି ତପନ ଗଉଡ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ହୋଇ ଓଡିଶା ତଥା ଦେଶପାଇଁ ଗୌରବ ଆଣି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ସଞ୍ଜୁ ଗଉଡ଼ ଓ ସ୍ବର୍ଗତ ଭୁରି ଗଉଡ଼ଙ୍କ ସୁପୁତ୍ର ୨୪ ବର୍ଷିୟ ତପନ ଗଉଡ଼ଙ୍କ ଜୀବନ ଅନେକ ଝଡଝଞ୍ଜା ମଧ୍ୟଦେଇ ଗତି କରିଛି। ଲାଞ୍ଜିଗଡ଼ ରୋଡ ଜୁନିଅର କଲେଜରେ +୨ ପାସ୍ କରିବା ପରେ ସେ ପେଟପାଟଣା ପାଇଁ ଗୁଜରାଟର ରାଜକୋଟ ଚାଲି ଯାଇଥିଲେ। ୨୦୧୮ ମସିହାରେ ରାଜକୋଟ ରାଜନଗର ଛକ ଶ୍ୟାମନଗର ନିବାସୀ ସେଠ୍ ହରେଶ ଭାଇ ଏମ୍ ଧୋକିଆଙ୍କ ପାଖରେ ରହି କାମ କରିଥିଲେ ତପନ। ଦେବତୁଲ୍ୟ ମଣିଷ ହରେଶ ଭାଇ ଯୁବକ ତପନଙ୍କ ପାଖରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭା ବିଷୟରେ ଜାଣି ତାଙ୍କୁ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ନିକଟରେ ତପନ ସର୍ବଭାରତୀୟ ଦ୍ବିତୀୟ ଭର୍ସାଟାଇଲ୍ କପ୍ କରାଟେ ଚମ୍ପିୟନସିପରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବର୍ତ୍ତମାନ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ହୋଇ ପାରିଛନ୍ତି। ସେ ଏସବୁର ଶ୍ରେୟ ନିଜ ପିତାମାତା, କରୁଆଁ ବଂଶର ଦେବୀ ଦେବତା, ଜନ୍ମମାଟି ବୁଢ଼ୀପଦର ଓ ସେଠ ହରେଶ ଭାଇ ଏମ୍ ଧୋକିଆଙ୍କୁ ଦେଇଛନ୍ତି। ସେଠ ଶ୍ରୀ ଧୋକିଆ ସହଯୋଗ କରିନଥିଲେ ସେ କେବେବି ଏତେ ଉଚ୍ଚକୁ ଯାଇପାରି ନଥାନ୍ତେ ବୋଲି କହିଛନ୍ତି ତପନ। ସେଠ୍ ଶ୍ରୀ ଧୋକିଆଙ୍କ ପାଖରେ ପୁଅ ପରି ରହି ସେ ବର୍ତ୍ତମାନ ରାଜକୋଟର ଇନୋଭେଟିଭ୍ ଇଣ୍ଟରନେସନାଲ୍ କଲେଜ, ରାଜକୋଟ ଏମଏସବି ସ୍କୁଲ ସମେତ ଅନେକ ଶିକ୍ଷାନୁଷ୍ଠାନର କରାଟେ କୋଚ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଜଣେ ଉଚ୍ଚାକାଂକ୍ଷୀ ଓ କଠୋର ପରିଶ୍ରମୀ ଯୁବକ ତପନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଗ୍ରାମାଞ୍ଚଳରୁ ଯାଇ ଗୁଜରାଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଲ୍ ଗୁଜରାଟ ମାର୍ଶାଲ ଆର୍ଟ ଏକାଡେମୀରେ ଶିକ୍ଷା ପ୍ରାପ୍ତ ତପନ ଗଉଡ଼ ପୂର୍ବରୁ ଅନେକ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ତେବେ କୋଚ୍ ହରେଶ ତ୍ରିବେଦୀ ଓ ଜିତେନ ମାରୋଙ୍କ ତତ୍ତ୍ୱାବଧାନରେ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ହୋଇ ସେ ସାରା ଓଡ଼ିଶା ତଥା କଳାହାଣ୍ଡି ପାଇଁ ଗୌରବ ଆଣିଦେଇଛନ୍ତି। 

Udyog Nursery
Udyogi Nursery

ତପନଙ୍କ ଏହି ସଫଳତାରେ ଜନ୍ମମାଟି ବୁଢ଼ୀପଦର ସହ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତାର ଖବର ପ୍ରଚାରିତ ହେବାପରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ଉପସଭାପତି ଦୁଲ୍ଲଭ ମାହାର, ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ଼, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, କ୍ରୀଡ଼ା ସମ୍ପାଦକ ଅନୀଲ କୁମାର ଧଙ୍ଗଡାମାଝୀ, ସଦସ୍ୟ ବୈଷ୍ଣବ ମାଝୀ, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶତ୍ରୁଘନ ଧଙ୍ଗଡ଼ାମାଝୀଙ୍କ ସମେତ ଜିଲ୍ଲାର ଅନେକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.