ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତରେ ବୁଲିଲା ମିଶନ ସୂର୍ଯ୍ୟୋଦୟ ରଥ

ମନରେଗା ଯୋଜନାର ସଫଳତା ପାଇଁ ବ୍ଲକ ପ୍ରଶାସନର ଅଭିନବ ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନିଜସ୍ବ ପଦକ୍ଷେପ ମିଶନ ସୂର୍ଯ୍ୟୋଦୟକୁ ନେଇ ବ୍ଲକ ବ୍ୟାପି ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଥିବାବେଳେ ବ୍ଲକ ୨୬ଟି ଯାକ ପଞ୍ଚାୟତରେ ମନରେଗା ଯୋଜନାରେ ଲୋକଙ୍କ ହାତକୁ ଯୋଗାଇଦେବା ପାଇଁ ପ୍ରୟାସ ଜାରି ରହିଛି । ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରେ ମିଶନ ସୂର୍ଯ୍ୟୋଦୟ ରଥ ପରିକ୍ରମା ସହିତ ମନରେଗା ଯୋଜନା ସଂପର୍କରେ ଦଶରୁ ଅଧିକ ସଚେତନତା ସଭା ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡରୋଡ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ନେତୃତ୍ୱରେ ପଂଚାୟତ ନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି ଓ ଗ୍ରାମ ରୋଜଗାରସେବକ ବିଭୁଦାନନ୍ଦ ଭୋଇଙ୍କ ତତ୍ତ୍ୱାବଧାନରେ ମିଶନ ସୂର୍ଯ୍ୟୋଦୟ ରଥ ପଞ୍ଚାୟତର କିଡି଼ଙ୍ଗ, କାଉଗୁଡ଼ା, ମାଡ଼ିବନ୍ଧା, ସିକେରକୁପା, କାଞ୍ଚଲି ଆଦି ଗାଁ ପରିକ୍ରମା କରିଥିଲା । ସେହିପରି ମାହେଶ୍ବରୀପୁର, ଲାଞ୍ଜିଗଡ଼ରୋଡ଼, ଦୁର୍ଭଟା, କାକଭଟା, ଗଜରାଜପୁର ଆଦି ଗାଁରେ ରଥକୁ ଗ୍ରାମବାସୀମାନେ ଭବ୍ୟ ସ୍ୱାଗତ କରିଥିଲେ । ସେହିପରି ଏହିସବୁ ଗାଁଗୁଡିକରେ ଲୋକଙ୍କୁ ମନରେଗା ଯୋଜନାରେ କାମ କରିବା ସହିତ ଦାଦନ ସମସ୍ୟାର ସମାଧାନ ପାଇଁ ସଚେତନ କରାଯାଇଥିଲା ।

Udyog Nursery
Udyogi Nursery

ଏଥିରେ ସମିତିସଭ୍ୟା ମୁକ୍ତା ଭୋଇ, ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକ, ଜିଓ ଟେଗର କାହ୍ନା ନାଗ, ଓଡିଶା ଜୀବିକା ମିଶନର ଏମ୍‌ବିକେ ସନ୍ତୋଷୀ ଗଉଡ, ସିଆର୍‌ପି ପଙ୍କଜିନୀ ନିଆଲ, ସରସ୍ୱତୀ ନାଏକ, ପୂର୍ଣ୍ଣମୀ ବଗର୍ତ୍ତି, ଲିଲି ମହାକୁଡଙ୍କ ସମେତ ସୁଶାନ୍ତ ଚନ୍ଦନ, କାଳକୃଷ୍ଣ ଶବର, ମୁନୀ ଶବର, ଭୁତେଶ୍ୱର ଶବର, ସୁରେନ୍ଦ୍ର ହରିଜନ, କ୍ଷମାନିଧି ପୋଢ, ନରେନ୍ଦ୍ର ହରିଜନ, ମମତା ବାଗ, ଡିସେମ୍ବର ତନ୍ତୀ, ଯମୁନା ସୁନା, ଚମ୍ପା ମାଝୀ, ଜନ ବାଗ, ସେନାପତି ଶବର, ତ୍ରିପୁରା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.