ଶତନାମ ସେବା ସଙ୍ଘ ପକ୍ଷରୁ ଗୁରୁ ଘାସିଦାସ ବାବାଙ୍କ ଜନ୍ମଦିବସ ଓ ଧ୍ବଜା ରୋହଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଶତନାମ ସେବା ସଙ୍ଘ ପକ୍ଷରୁ ଆଜି ଗୁରୁ ଘାସିଦାସ ବାବାଙ୍କ ୨୬୬ ତମ ଜନ୍ମଦିବସ ଓ ଜୟତ ସ୍ତମ୍ଭ ଧ୍ବଜା ରୋହଣ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଛି। ପ୍ରଥମେ ସାମୁହିକ କଳସ ଯାତ୍ରା, ଜୟତ ସ୍ତମ୍ଭରେ ଧ୍ବଜା ରୋହଣ, ମଙ୍ଗଳପନ୍ଥୀ ନୃତ୍ୟ ଓ ମଙ୍ଗଳ ଆଳତି କାର୍ଯ୍ୟକ୍ରମ ରହିଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ଧନସରା, ଟେମରା, କନ୍ଦପେର, କନା ଗାଁ, ଚିଚିଆ, କାକୁଡି ଆମ, ବକ୍ରା କଟା, ଖଲିଆ ପଡା, କଳିଆ କୁଣ୍ଡଳ ଏମିତି ପ୍ରାୟ ୧୮ ଖଣ୍ଡ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ବନ୍ଧୁ ବାନ୍ଧବ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ଗୁରୁ ଘାସିଦାସ ବାବାଙ୍କ ଶତନାମ ଧର୍ମ ପ୍ରତି ତ୍ୟାଗ ଓ ବଳିଦାନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଧର୍ମଗଡ ବିଧାୟକ ମହୋଷଧି ବାଗ, ସମାଜସେବୀ ସଞ୍ଜୟ ସିଙ୍ଗଲ, ଜିଲ୍ଲା ଶତନାମ ସେବା ସଙ୍ଘ ସଭାପତି ପଦ୍ମଲାଲ ଶତନାମୀ, ସମ୍ପାଦକ ଜଗତରାମ ଶତନାମୀ, ନରହରି ଶତନାମୀ ଓ ସାମ୍ବାଦିକ ବସନ୍ତ ସରାବୁ  ଉପସ୍ଥିତ ଥିଲେ। ସଭା କାର୍ଯ୍ୟକୁ ସାମ୍ବାଦିକ ଚକ୍ରଧର ବେସ୍ରା ପରିଚାଳନା କରିଥିଲେ। ଭଣ୍ଡାରୀ ତଥା ପୂର୍ବତନ ଶତନାମ ସେବା ସଙ୍ଘ ଜିଲ୍ଲା ସଭାପତି ଗଣେଶ୍ୱର ସତାନାମୀଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ପୂଜା କମିଟି ସଭାପତି ଶ୍ରୀକାନ୍ତ ଶତନାମୀ, ସମ୍ପାଦକ ତୋଫାନ ଶତନାମୀ, ଗ୍ରାମ୍ୟ କମିଟି ସଭାପତି ଅଶ୍ୱିନ ଶତନାମୀ, ସମ୍ପାଦକ ରାମେଶ୍ୱର ଶତନାମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗୋବିନ୍ଦ ଶତନାମୀ, ସୁରେଶ ଶତନାମୀ, ଲିଙ୍ଗରାଜ ଶତନାମୀ, ପ୍ରେମଲାଲ ଶତନାମୀ, ସୁଶୀଲ ଶତନାମୀ, ଉମାକାନ୍ତ ଶତନାମୀ, ପ୍ରଶାନ୍ତ ଶତନାମୀ, ପ୍ରଦୀପ ଶତନାମୀ, ଦୈତାରୀ ଶତନାମୀ, କଳ୍ପେଶ୍ୱର ଶତନାମୀ, ଆଲୋକ ଶତନାମୀ, ଲକ୍ଷ୍ମଣ ଶତନାମୀ, ସାରଙ୍ଗ ଶତନାମୀ, ସୁଶାନ୍ତ ଶତନାମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ରାତ୍ରୀରେ ମନୋରଞ୍ଜନ କାର୍ଯ୍ୟକ୍ରମ ନାଟକ ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.