ଆର୍‌ଏସ୍‌ଏସ୍ ବିଚାରଧାରାକୁ ମୁଁ ଗ୍ରହଣ କରିପାରିବି ନାହିଁ  -ରାହୁଲ ଗାନ୍ଧୀ

ଓଡ଼ିଆ ବାର୍ତ୍ତା/ ହୋସିଆରପୁର: ମୁଁ ଆର୍‌ଏସ୍‌ଏସ୍‌ ଅଫିସ୍‌କୁ କେବେ ବି ଯାଇପାରିବି ନାହିଁ। ତା ପୂର୍ବରୁ ଆପଣଙ୍କୁ ମୋ ବେକ କାଟିବାକୁ ପଡ଼ିବ। ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଇ ଭରୁଣ ଗାନ୍ଧୀଙ୍କର ଭାରତ ଯୋଡ଼ ଯତ୍ରାରେ ସାମିଲ୍ ହେବାର ସମ୍ଭାବନା ନେଇ ପ୍ରଶ୍ନ ଉପରେ ଏପରି କହିଛନ୍ତି ରାହୁଲ୍। ବର୍ତ୍ତମାନ ପଞ୍ଜାବରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାରି ରହିଛି। ରାହୁଲ ଗାନ୍ଧୀ ରାଜ୍ୟରେ ଯାତ୍ରା କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖୁଛନ୍ତି। ଆଜି ପଞ୍ଜାବର ହୋସିଆପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଆର୍‌ଏସ୍‌ଏସ୍‌କୁ ନେଇ ଏଭଳି ଶକ୍ତ ଟିପ୍ପଣୀ କରିଛନ୍ତି ରାହୁଲ୍।

Omkar Vasthu
Omkar Vasthu

ବରୁଣ ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବ କି ବୋଲି ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ରାହୁଲ କହିଥିଲେ “ସେ ବିଜେପିରେ ଅଛନ୍ତି। ଯଦି ସେ ଯାତ୍ରାରେ ଚାଲିବେ ତାଙ୍କ ପାଇଁ ସମସ୍ୟା ହେବ। ମୋ ବିଚାରଧାରା ତାଙ୍କ ବିଚାରଧାରା ସହ ମିଶେ ନାହିଁ। ମୁଁ କେବେ ବି ଆର୍‌ଏସ୍‌ଏସ୍‌ ଅଫିସ୍ ଯାଇପାରିବି ନାହିଁ। ତା ପୂର୍ବରୁ ଆପଣଙ୍କୁ ମୋର ବେକ କାଟିବାକୁ ପଡ଼ିବ। ମୁଁ କେବେ ବି ସେଠାକୁ ଯାଇପାରିବି ନାହିଁ। ମୋ ପରିବାରର ଗୋଟେ ଅଲଗା ବିଚାରଧାରା ରହିଛି। ହେଲେ ବରୁଣ ଆଜିବି ସେହି ବିଚାରଧାରାକୁ ଆପଣାଇଛନ୍ତି ନିଜର କରିଛନ୍ତି। ତେଣୁ ସେ କଥା ମୁଁ ଗ୍ରହଣ କରିପାରିବି ନାହିଁ।”

Pearl dental clinic
Near Ashish Medical Store, Bhawanipatna

ତେବେ ବରୁଣଙ୍କୁ ଶ୍ରଦ୍ଧାର ସହ ଭେଟିପାରିବି ତାଙ୍କୁ ଆଲିଙ୍ଗନ କରିପାରିବି ହେଲେ ଆର୍‌ଏସ୍‌ଏସ୍ ବିଚାରଧାରାକୁ ମୁଁ ଗ୍ରହଣ କରିପାରିବି ନାହିଁ  ବୋଲି ରାହୁଲ କହିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.