ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ସିକେରକୁପା ଠାରେ ଥିବା ଏଫ୍ ୬୪ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଦ୍ବାରା ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗ୍ରାମ ପଞ୍ଚାୟତର ୩ଗୋଟି ଗ୍ରାମର ନିରୀହ, ଗରିବ ଓ ଅସହାୟଙ୍କ ପାଇଁ ଜନକଲ୍ୟାଣକାରୀ କ୍ରର୍ଯ୍ୟକ୍ରମ ତରଫରୁ ୮୦ ଜଣ ପୁରୁଷ ଓ ମହିଳାଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସିକେରକୁପା କ୍ୟାମ୍ପର ଏଫ୬୪ ବାଟାଲିୟନ ଆସିଷ୍ଟାଣ୍ଟ କମାଡେଣ୍ଟ ସ୍ମିତା ଆରଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମାଡେଣ୍ଟ ପଙ୍କଜ ଚୈଧରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, କନେଷ୍ଟବଳ ଗୋକୁଳାନନ୍ଦ ସାହୁ, ପିଇଡବ୍ଲୁ ମିଡିଆ ଏସୋସିଏସନର ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳଦାସ ମହାନନ୍ଦ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ କ୍ୟାମ୍ପର ସମସ୍ତ ଯବାନମାନେ ସହଯୋଗ କରିଥିଲେ।