ନୂଆଦିଲ୍ଳୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେଇଥିଲେ ଅର୍ପିତା
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନୂଆଦିଲ୍ଳୀରେ ଗତ ଜାନୁଆରୀ ମାସ ୨୬ତାରିଖରେ ଅନୁଷ୍ଠିତ ଜାତୀୟସ୍ତରର ଗଣତନ୍ତ୍ର ଦିବସରେ ଆୟୋଜିତ ପ୍ୟାରେଡରେ ସଫଳତାର ସହ ଭାଗ ନେଇ ଫେରିଛନ୍ତି ରାୟଗଡା ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ଅର୍ପିତା ପାଢୀ । ପ୍ୟାରେଡ୍ରେ ଭାଗ ନେବା ପାଇଁ ଅର୍ପିତା ୬ଟି କ୍ୟାମ୍ପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳାତାର ସହ ଉତୀର୍ଣ୍ଣ ହୋଇଥିଲେ । ରାୟଗଡା ମହିଳା ମହାବିଦ୍ୟାଳୟର ଯୁକ୍ତ ୨ବର୍ଷର ଛାତ୍ରୀ ହେଉଛନ୍ତି ଅର୍ପିତା । ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ଭାଗ ନେଇ ଫେରିଥିବାରୁ ଏହି ଗୈାରବ ଆଣିପାରିଥିବାରୁ ସେ ଏହି ସଫଳତାର ଶ୍ରେୟ ନିଜ ପିତାମାତାଙ୍କ ସହ ଏନସିସି ଅଧ୍ୟାପିକା ୨ୟ ବାଟାଲିୟନକୁ ଦେବାକୁ ଚାହିଁଛନ୍ତି । ଏଭଳି ଏକ ଗୈାରବ ପାଇଥିବାରୁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଅର୍ଚ୍ଚନା ପଟ୍ଟନାୟକ, ନାଏବ ସୁବେଦାର ରାଜ କୁମାର, ହାବିଲଦାର ଉମାକାନ୍ତ ପ୍ରମୁଖ ଅର୍ପିତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନୂଆଦିଲ୍ଳୀରେ ଆୟୋଜିତ ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ପହଂଚିବା ବହୁତ କଷ୍ଟକର କିନ୍ତୁ ମନ ଦେଇ ଚେଷ୍ଠା ଓ ପରିଶ୍ରମ କଲେ କୈାଣସି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି ଅର୍ପିତା ପ୍ରକାଶ କରିଛନ୍ତି ।