ଲିଥିୟମ ଉପରେ ଆତଙ୍କବାଦୀଙ୍କ ନଜର; ଆକ୍ରମଣ ପାଇଁ ଦେଲେ ଧମକ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: କିଛିଦିନ ତଳେ ଜାମ୍ମୁ କାଶ୍ମୀରରେ ଲିଥିୟମ ମିଳିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ସାରା ଦେଶରେ ଖୁସିର ମାହୋଲ ଦେଖାଦେଇଥିଲା। ଆମ ଦେଶରୁ ଲିଥିୟମ ମିଳିଲେ ଚୀନ ଉପରେ ନିର୍ଭରଶୀଳତା କମିବ। ଦେଶରେ ଇଭି ଓ ମୋବାଇଲ୍‌ର ଶସ୍ତା ହେବ ବୋଲି କୁହାଯାଉଥିଲେ। ହେଲେ ଏହା ଉପରେ ଏବେ ଆତଙ୍କବାଦୀ ବିପଦ ଘନେଇଲାଣି। ଆତଙ୍କବାଦୀ ସଂଗଠନ ପିପୁଲ୍ସ- ଆଣ୍ଟିପାସିଷ୍ଟ ଫ୍ରଣ୍ଟ ସୋମବାର ଧମକପୂର୍ଣ୍ଣ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି। ଜାମ୍ମୁ-କାଶ୍ମୀରରୁ ମିଳିଥିବା ପ୍ରାକୃତିକ ସମ୍ପଦ ଜାମ୍ମୁ-କାଶ୍ମୀର ଲୋକଙ୍କର। ଭାରତୀୟ କମ୍ପାନୀମାନେ ଏହାକୁ ନେଇପାରିବେ ନାହିଁ। ଯେଉଁ ଭାରତୀୟ କମ୍ପାନୀ ଏଠାରେ ଖନନ କାମ କରିବା ଆରମ୍ଭ କରିବ ସେମାନଙ୍କ ଉପରେ ଆକ୍ରମଣ ହେବ ବୋଲି ଆତଙ୍କୀ ସଂଗଠନ ଚେତବାନୀ ଦେଇଛି।ପିପୁଲ୍ସ- ଆଣ୍ଟିପାସିଷ୍ଟ ଫ୍ରଣ୍ଟର ପ୍ରବକ୍ତା ତନବୀର ଅହମଦ ରାଥେର୍ ଧମକ ଦେଇ କହିଛି ଯେ କୌଣସି ପରିସ୍ଥିତିରେ ଜାମ୍ମୁ-କାଶ୍ମୀରରେ ମିଳିଥିବା ଲିଥିୟମକୁ ଲୁଟିବାକୁ  ଓ ଚୋରି ହେବାକୁ ଦେବୁ ନାହୁଁ। ଏହି ସମ୍ପଦ ଲୋକମାନଙ୍କର ଏହା ଜାମ୍ମୁ-କାଶ୍ମୀର ଲୋକଙ୍କ ବିକାଶ ପାଇଁ ବିନିଯୋଗ ହେବା ଦରକାର ବୋଲି ପ୍ରବକ୍ତା କହିଛି। ସୂଚନା ଥାଉକି ଗୁରୁବାର କେନ୍ଦ୍ରର ଖଣୀ ମନ୍ତ୍ରଣାଳୟ ପକ୍ଷରୁ ଜାମ୍ମୁ-କାଶ୍ମୀରରେ ଲିଥିୟମ ମିଳିଥିବା ନେଇ ସୂଚନା ଦିଆଯାଇଥିଲା। ଜାମ୍ମୁ-କାଶ୍ମୀର ରିୟାସୀ ଜିଲ୍ଲାର ହାଇମାନା ଅଞ୍ଚଳରେ ୫.୯ ମିଲିୟନ ଟନ୍ ଲିଥିୟମ ମିଳିଥିବା ମନ୍ତ୍ରାଳୟ ସୂଚନା ଦେଇଥିଲା। ପୂର୍ବରୁ ଭାରତରେ କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲା ମାର୍ଲାଗାଲରେ ୧୬୦୦ ଟନ୍ ଲିଥିୟମ ମିଳିଥିବା ବେଳେ ଏତେ ପରିମାଣରେ ପ୍ରଥମ ଥର ପାଇଁ ଲିଥିୟମ ମିଳିଥିଲା। ଲିଥିମୟ ଏକ ବିରଳ ଖଣିଜ ଦରକାର ପଦାର୍ଥ। ଇ-ଯାନ, ମୋବାଇଲ ଓ ଅନ୍ୟାନ୍ୟ ଇ-ଗ୍ୟାଜେଟ୍ ଗୁଡ଼ିକରେ ବ୍ୟବହାର ହେଉଥିବା ରିଚାର୍ଜ ବ୍ୟାଟେରୀ ତିଆରିରେ ଲିଥିୟମର ଆବଶ୍ୟକତା ପଡ଼ିଥାଏ। ଭାରତ ଏହି ଲିଥିୟମ ପାଇଁ ମୁଖ୍ୟତଃ ଚୀନ ଉପରେ ନିର୍ଭର କରିଥାଏ। ଜାମ୍ମୁ-କାଶ୍ମୀରରେ ଲିଥିୟମର ଏତେବଡ଼ ଭଣ୍ଡାର ମିଳିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.