ବିଜେଡ଼ି ପକ୍ଷରୁ ଅର୍ତଲରେ କେନ୍ଦ୍ରର ଚାଉଳ କାଟ ପ୍ରତିବାଦ ଗଣଧାରଣା ଓ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ର ସରକାରଙ୍କ ସଦ୍ୟ ବଜେଟ୍ ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କାର ହ୍ରାସ କରାଯାଇଛି । କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ନ ଯୋଜନା (PMGKAY)କୁ ବନ୍ଦ କରିଦେଇଛି ଯାହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA)ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା । PMGKAY ବନ୍ଦ ହେତୁ ଧାନ କ୍ରୟମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ କୃଷକ ମାନେ MSP ରୁ ବଞ୍ଚିତ ହେବେ । ଏଣୁ ବିଜୁ ଜନତା ଦଳର ସୁପ୍ରିମ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲା ସଭାପତି  ପୁଷ୍ପେନ୍ଦ୍ର ସିଂହ ଦେଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଅର୍ତଳ ଠାରେ ବିଭଚ୍ଛ ଗଡତିଆଙ୍କ ସଭାପତିତ୍ବରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ PMGKAY କେନ୍ଦ୍ରଦ୍ୱାରା ପୁନଃ ଆରମ୍ଭ କରିବା ଏବଂ କେନ୍ଦ୍ରର ଚାଉଳ କାଟ ପ୍ରତିବାଦରେ ଅର୍ତଳ ଅଞ୍ଚଳ ବାସୀ ଗାଁ ଠାରୁ ଗ୍ରାମପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ପଦଯାତ୍ରା କରି ଧାରଣାରେ PEOଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ଏଥିରେ ଦେଶରାଜ ଯୁଆଡ଼, ସଂଜୀବ କୁମାର ଭୋଇ, ଅନୁଜ କୁମାର ଗଡତିଆ, ବିଶ୍ଵାମିତ୍ର କନ୍ଧପାନ, ଦେଶରାଜ ଯୁଆଡ଼, ମାୟାଧର ମାଝୀ ଆଦି ପ୍ରମୁଖ ବିଜେଡି ବରିଷ୍ଠନେତା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.