କଳିଙ୍ଗ ସେନା ଫୋକସ୍’ରେ ଦକ୍ଷିଣ ଓଡିଶା

ଆସନ୍ତା ସାଧାରଣ ନିର୍ବାଚନରେ ପୁରା ଶକ୍ତି ଲଗାଇ ଲଢିବ କଳିଙ୍ଗ ସେନା -ହେମନ୍ତ ରଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ସମଗ୍ର ରାଜ୍ୟରେ କଳିଙ୍ଗ ସେନା ସୁପ୍ତ ଅବସ୍ଥାରେ ରହିଥିବା ବେଳେ ବର୍ତମାନ ଫୋକସ’ରେ ରହିଛି ଦକ୍ଷିଣ ଓଡିଶା । ଆସନ୍ତା ସାଧାରଣ ନିର୍ବାଚନରେ ପୁରା ଶକ୍ତି ଲଗାଇ ଲଢିବ କଳିଙ୍ଗ ସେନା ବୋଲି ରାୟଗଡା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ସୁପ୍ରିମୋ ହେମନ୍ତ ରଥ । ୨୦୨୪ ନିର୍ବାଚନ ପାଇଁ ଦଳର ସଦସ୍ୟମାନଙ୍କୁ ରଣନୀତି ଅନୁସାରେ ସମସ୍ତ ପ୍ରସ୍ତୁତି କରିବା ପାଇଁ ଶ୍ରୀ ରଥ ନିର୍ଦ୍ଦେଶ ଦେଇଛନ୍ତି । ସଂଗଠନକୁ କିଭଳି ୱାର୍ଡ, ପଂଚାୟତ, ବ୍ଳକ ଓ ଜିଲ୍ଳାରେ ସୁଦୃଢ କରାଯାଇ ପାରିବ, କେଉଁ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯିବ, ସେ ନେଇ ବୈଠକରେ ଆଲୋଚନା କରାଯାଇଥିବା ନେଇ ଶ୍ରୀ ରଥ ସୂଚନା ପ୍ରଦାନ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦକ୍ଷିଣ ଓଡିଶାର ଗଂଜାମ ଜିଲ୍ଳାର ୧୩ଟି ବିଧାନସଭା ଓ ୨ଟି ଲୋକସଭା ଆସନ ସହ ରାୟଗଡାର ୨ଟି, କୋରାପୁଟର ୫ଟି, ମାଲକାନଗିରିରେ ୨ଟି, ଗଜପତିରେ ୩ଟି, କଳାହାଣ୍ଡିରେ ୫ଟି ଏବଂ ନୂଆପଡାରେ ୨ଟି ସମୁଦାୟ ୩୬ଟି ବିଧାନସଭା ସହ ବ୍ରହ୍ମପୁର, ଆସ୍କା, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ସମେତ ୫ଟି ଲୋକ ସଭା ଆସନରେ ଏଥର ପୁରାଶକ୍ତି ଲଗାଇ ଲଢିବ କଳିଙ୍ଗ ସେନା ବୋଲି ଶ୍ରୀ ରଥ ଦୃଢକ୍ତି ପ୍ରକାଶ କରିଛନ୍ତି । ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ନୂତନ ଶିକ୍ଷିତ ଯୁବବର୍ଗ ଓ ଶିକ୍ଷିତା ମହିଳାମାନଙ୍କୁ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଦଳର ଉପସଭାପତି ବିଜୟରାଜ, ହେମନ୍ତ ସିଂ, ସାଧାରଣ ସଂପାଦକ ଗୈାରାଙ୍ଗ ପ୍ରଧାନଙ୍କ ସମେତ ରାୟଗଡା ଜିଲ୍ଳା ସଭାପତି ବିଭୂତିଭୂଷଣ ପରିଡା ଏବଂ ଅନ୍ୟ ଜିଲ୍ଳାର କାର୍ଯ୍ୟକର୍ତାମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ରାୟଗଡା ଜିଲ୍ଳାର ନୂତନ କମିଟି ଗଠନ ହୋଇଥିବା ବେଳେ ନଳୀନ ପାଣି, ଶିବରାମ ବେହେରା,ଗଣେଷ ସେନାପତି, ତାରାପ୍ରସାଦ ପଟ୍ଟନାୟକ, ସୁଧାକର ବେହେରା ୫ଜଣ ଉପସଭାପତି, ନିରଂଜନ ନିମାଲା, ରାଜେନ୍ଦ୍ର ସୁଣ୍ଡି, ଚକ୍ର ଖମାରୀ, ଉମାଶଙ୍କର ହୁଇକା, ଆଲୋକ ମହାରଣା ୫ଜଣ ସାଧାରଣ ସଂପାଦକ, ରାଜେଣ କୁମ୍ଭାରଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ସୁନୀଲ ପାତ୍ର, ଜିତେନ୍ଦ୍ର ସୁଣ୍ଡି ଓ ଯୁଧିଷ୍ଠିର ବଡମଲ ୩ଜଣଙ୍କୁ ସଂପାଦକ ଭାବେ ଚୟନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.