ଋୁଷ-ୟୁକ୍ରେନ ଯୁଦ୍ଧରେ ପୁଟିନ କେବେ ବି ଜିତିପାରିବେ ନାହିଁ -ବାଇଡେନ

ଓଡ଼ିଆ ବାର୍ତ୍ତା/ ୱାଶିଂଟନ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା  ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ନା ଋୁଷ ନା ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନରେ ରୁଷ କେବେ ବି ଜିତି ପାରିବ ନାହିଁ ।  ଏଥିସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ପଶ୍ଚିମ ଦେଶ ବିରୋଧରେ ଦେଇଥିବା ବୟାନର ବି ଉତ୍ତର ରଖିଛନ୍ତି ବାଇଡେନ । ସେ କହିଛନ୍ତି, ପଶ୍ଚିମ ଦେଶ ରୁଷଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁନାହାନ୍ତି । ଲକ୍ଷାଧିକ ରୁଷ ନାଗରିକ ସେମାନଙ୍କ ପଡୋଶୀଙ୍କ ସହ ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ସେମାନେ ଶତ୍ରୁ ନୁହଁନ୍ତି ।

Omkar Vasthu
Omkar Vasthu

ରାଷ୍ଟ୍ରପତି ବାଇଡେନ ବାରସାରେ ଐତିହାସିକ ରୟାଲ କ୍ୟେସଲରେ ପୋଲାଣ୍ଡର ଜନତାଙ୍କୁ ସମ୍ବୋଧିତ କରି କହିଥିଲେ, ରୁଷ ସେନା ଯୁଦ୍ଧ ଅପରାଧ କରିଛନ୍ତି ଏଥିରେ ସନ୍ଦେହ ନାହିଁ । ରୁଷ ଏହି ଯୁଦ୍ଧରେ କେବେ ବି ଜିତି ପାରିବେ ନାହିଁ । ରୁଷ ସବୁ ସୀମା ଲଂଘି ସାରିଛି । ଅନ୍ୟପକ୍ଷେ ୟୁକ୍ରେନ ବି ପଛକୁ ହଟିବା ଦେଶ ନୁହେଁ । ୟୁକ୍ରେନ ଏବେ ସ୍ବାଧୀନ ରାଷ୍ଟ୍ର ।

Pearl dental clinic
Near Ashish Medical Store, Bhawanipatna

ଆମେରିକା ରାଷ୍ଟ୍ରପତି  ଆହୁରି  କହିଛନ୍ତି, ୟୁକ୍ରେନକୁ ଦଖଲ କରିନେବା ସହଜ ହେବ ବୋଲି ଭାବି ରୁଷ ତା ଉପରେ ଆକ୍ରମଣ କରିଥିଲା । ରୁଷ ଭାବିଥିଲା ଏହା ଦ୍ୱାରା ନାଟୋ ଭାଙ୍ଗି ଯିବ । ପୁଟିନ ନିଜକୁ ବହୁତ କ୍ଷମତାଶାଳୀ ବୋଲି ଭାବିଥିଲେ । ହେଲେ ରୁଷ ଆମେରିକାର ତାକତ ବି ଦେଖି ସାରିଲେଣି । ପୁଟିନ ଏକଥା ବି ବୁଝି ସାରିଲେଣି ଯେ, ଏବେ  ୟୁକ୍ରେନ, ଆମେରିକା ଏବଂ ନାଟୋ ଅଧିକ ମଜବୁତ ହୋଇଛୁ । ଏହି ଯୁଦ୍ଧରେ ୟୁକ୍ରେନ ଖୁବ ସାହାସ ଏବଂ ବୀରତ୍ୱର ସହ ଛିଡା ହୋଇଛି । ପୂର୍ବ ଅପେକ୍ଷା ନାଟୋ ଅଧିକ ଶକ୍ତିଶାଳୀ ହୋଇଛି ।

Udyog Nursery
Udyogi Nursery

ରାଷ୍ଟ୍ରପତି ବାଇଡେନ କହିଛନ୍ତି, ଆମେ ଲୋକତନ୍ତ୍ର ପାଇଁ ଛିଡା ହୋଇଛୁ । ୟୁକ୍ରେନ ଲୋକଙ୍କ ପାଇଁ ଛିଡା ହୋଇଛୁ । ଆମେ ଜେଲେନସ୍କି ଏବଂ କିଭ ପାଇଁ ଛିଡା ହୋଇଛୁ ।

ଏଠି କହିରଖିବୁ, ରୁଷ ରାଷ୍ଟ୍ରପତି ବ୍ଲଦିମାର ପୁଟିନ ମଙ୍ଗଳବାର କହିଥିଲେ, ଆମେରିକା ସହ କରିଥିବା ଏକମାତ୍ର ପରମାଣୁ ସନ୍ଧିକୁ ମଧ୍ୟ ସେ ସସ୍‌ପେଣ୍ଡ କରିଛନ୍ତି । ଏହି ଚୁକ୍ତି ଦିଇ ପକ୍ଷର ସାମରିକ ପରମାଣୁ ଅସ୍ତ୍ରକୁ ସୀମିତ କରିବା ପାଇଁ ହୋଇଥିଲା । ନ୍ୟୁଜ ଏଜେନ୍ସି ରୟଟର ଅନୁସାରେ ପୁଟିନ ୟୁକ୍ରେନ ସହ ଯୁଦ୍ଧର  ଏକ ବର୍ଷ ପରେ ସଂସଦରେ ନିଜ ଅଭିଭାଷଣଦେଇ କହିଥିଲେ, ମୋତେ ଆଜି ଏହା ଘୋଷଣା କରିବାକୁ ବାଧ୍ୟ ହେବାକୁ ପଡୁଛି ଯେ, ସାମରିକ ଅସ୍ତ୍ର ସନ୍ଧିରେ ରୁଷ ନିଜକୁ ପ୍ରତ୍ୟାହାର କରୁଛି । ଏହି ନୂଆ ସନ୍ଧି ୨୦୧୦ରେ କରାଯାଇଥିଲାଏବଂ ଏହା ଗତବର୍ଷ ଲାଗୁ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.