ବଜାରରେ ବିନା ହଲମାର୍କ ସୁନାଗହଣା ବିକ୍ରି ହେବ ବନ୍ଦ: ଏପ୍ରିଲରୁ ଲାଗିବ କଟକଣା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା। ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା। ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ। ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ। ହଲମାର୍କ ନିୟମକୁ କଡାକଡି କରିବା ପାଇଁ ନିକଟରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି। ଏଥି ସହିତ ଭାରତୀୟ ମାନକ ବ୍ୟୁରୋର ବିଭିନ୍ନ କାର୍ଯ୍ୟକ୍ରମର ସେ ସମୀକ୍ଷା ମଧ୍ୟ କରିଥିଲେ। ଏଚୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ ନମ୍ବର। ସୁନା ହଲମାର୍କିଂ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେଶନ। ୨୦୨୧ ଜୁନ ୧୬ ପର୍ଯ୍ୟନ୍ତ ସୁନା ହଲମାର୍କିଂ ସ୍ବେଚ୍ଛାଧିନ ଥିଲା। ଏହାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ନିଆଯାଇ ଥିଲା। ପ୍ରଥମ ପର୍ଯ୍ୟାୟରେ ୨୫୬ଟି ଜିଲ୍ଲାରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା। ୨ୟ ପର୍ଯ୍ୟାୟରେ ଆଉ ୩୨ଟି ଜିଲ୍ଲାକୁ ସେଥିରେ ସାମିଲ କରାଯାଇଥିଲା। ମୋଟ ୨୮୮ ଜିଲ୍ଲାରେ ତାହା ଲାଗୁ କରାଯାଇଛି। ଆଉ ୫୫ଟି ଜିଲ୍ଲାରେ ଏହି ନିୟମକୁ ଲାଗୁ କରିବା କାମ ଜାରି ରହିଛି। ଅନ୍ୟପକ୍ଷେ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ନିଧି ଖୀରେ କହିଛନ୍ତି, ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହଲମାର୍କ ହୋଇ ନ ଥିବା ସୁନାଗହଣାର ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ। ଏ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାରା ଦେଶରେ ଏବେ ହଲମାର୍କିଂ ହୋଇଥିବା ସୁନା ବିକ୍ରି ହେଉଛି ବୋଲି ସେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.