କାନ୍ଥିଡିଗିରାପଡା ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର କାଁଥିଡିଗିରାପଡାରେ ଚାଲି ଆସୁଥିବା ୧୬ ପ୍ରହର ନାମଯଜ୍ଞ ଳର ଆଜି ଶନିବାର ସକାଳ ୭.୩୧ ରେ ପୂର୍ଣ୍ଣାହୂତି ପଡିଛି । ଚଳିତ ବର୍ଷ ଦ୍ୱିତିୟ ବର୍ଷ ଭାବରେ କାଁଥିଡିଗିରାପଡାରେ ଅନୁଷ୍ଠିତ ହେଲା ୧୬ ପ୍ରହର ନାମଯଜ୍ଞ । ପୂର୍ଣ୍ଣାହୂତି ପରେ ଯଜ୍ଞ କର୍ତ୍ତା ରୋମାଞ୍ଚଳ ପଧାନ କଳସ ମୁଣ୍ଡେଇ ସଂକୀର୍ମଣ୍ଡଳୀ ସହ ସର୍ଗିଗୁଡାର ସମସ୍ତ ସାହିକୁ ପରିକ୍ରମା କରିଥିଲେ । ସର୍ଗିଗୁଡାର ସମସ୍ତ ସାହିରେ ଯଜ୍ଞ କଲସକୁ ଭବ୍ୟ ସ୍ୱଗାତ ସମ୍ବର୍ଦ୍ଧନା କରାଯାଇଥିଲା। ସକାଳ ୮ ଟା ରୁ ଦିନ ୨ ଟା ଯାଏଁ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ନାମ ଛାଡିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ନାମଯଜ୍ଞ ମଣ୍ଡପ ନିକଟରେ ସମବେତ ହୋଇଥିଲେ । ଏନେଇ ଫେବ୍ରୁଆରୀ ୨୮ ସଂଧ୍ୟା ୫ ଘଣ୍ଟା ସମୟରେ ସାନ୍ଦୁଲ ନାଦୀରୁ କଳସ ଯାତ୍ରା ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୨ ସକାଳ ୭.୩୧ ରେ ନାମ ଆରମ୍ଭ ହେଲା । ଗ୍ରାମର ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ନାମ ଆରମ୍ଭ କରିଥିଲେ କାଁଥିଡିଗିରା ପଡା ସଂକୀର୍ତ୍ତନ ମଣ୍ଡଳୀ । ୨ ଓ ୩ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିଥିଲା । ମାର୍ଚ୍ଚ ୪ ସକାଳ ୭.୩୧ ସମୟରେ ୧୬ ପ୍ରହର ନାମଯଜ୍ଞର ପଡିଛି । କାଁଥିଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଋଷି ପଧାନ, ଉପସଭାପତି ଭାବରେ ଗୋବିନ୍ଦ ବଚ୍ଛା, ସାଧାରଣ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା, କୋଷାଧ୍ୟକ୍ଷ ଭାବରେ ଲଖପତି ପଧାନ, ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ଯଦୁପତି ନାଏକ ପ୍ରମୁଖ ରହି ନାମଯଜ୍ଞ ପରିଚାଳନା କରିଥିଲେ। ପ୍ରଫୁଲ୍ଲ ନାଏକ ଓ ବିଜୟ ସାହୁ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ରୀତାଞ୍ଜଳି ପଧାନ ଓ ରୋମାଂଚଳ ପଧାନ ଦମ୍ପତି ଯଜ୍ଞ କର୍ତ୍ତା ଦାଇତ୍ୱରେ ରହିଥିବା ବେଳେ କୁସୁମପଡାର ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ଓ ତ୍ରୀଲୋଚନ ତ୍ରିପାଠୀ ଜପକ ଭାବରେ କାର୍ଯ୍ୟ ସମ୍ପାଦନ କରୁଥିଲେ। ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। କାଁଥିଡିଗିରାପଡା, ବେହେରାପାଟି ଓ ସର୍ଗିଗୁଡାର ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ। କାଁଥିଡିଗିରା ପଡାର ସମସ୍ତ ଯୁବ ଗୋଷ୍ଠି ଓ ଜନସାଧାରଣ ଏଥିରେ ସାମିଲ ହୋଇ ଯଜ୍ଞ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.