ଓଜେୟୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତିର୍ଥଙ୍କର ପଟେଲ, ବଲାଙ୍ଗୀର ଜିଲ୍ଲା ସଭାପତି ଭାବେ ପ୍ରମୋଦ ସେଲମା, ସୁଧୀର ଦାଶ ସମ୍ପାଦକ ମନୋନୀତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା): ଓଡିଶା ସମ୍ବାଦିକ ସଂଘ (ଓଜେୟୁ), ବଲାଙ୍ଗୀର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକ ଟିଟିଲାଗଡ଼  ସ୍ଥିତ  ଡ଼ି.ଏନ. ରିସର୍ଟ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଯୋଗଦେଇ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ। ସାମ୍ବାଦିକଙ୍କ କଲମରେ ଅସାଧ୍ୟ ସାଧନ କରିବା  କ୍ଷମତା ଅଛି। ତେଣୁ ପ୍ରତ୍ୟେକ ବିଷୟରେ ଉପଯୁକ୍ତ ଜ୍ଞାନ ଆହରଣ ସହ ସାମ୍ବାଦିକ ସମାଜ ପାଇଁ ନିଜ ଉତ୍ତରଦାୟୀତ୍ବ ସିଦ୍ଧ କରନ୍ତୁ ବୋଲି କହିଥିଲେ ଟିଟିଲାଗଡ଼ ଏସଡିପିଓ। ଏହି ଅବସରରେ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର, ଦିଲୀପ ପୁରୋହିତ, ଜଗଦିଶ ଜୈନ, ବିଶିଷ୍ଟ ନାରୀନେତ୍ରୀ ଅଞ୍ଜଳି ବେହେରା, ସମାଜସେବୀ ମଦନଲାଲ ଅଗ୍ରୱାଲ, ସମାଜସେବୀ ତଥା ଟିଟିଲାଗଡ଼ ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ଲେଖିକା ଶର୍ମିଷ୍ଠା ମିଶ୍ରଙ୍କୁ ମୁଖ୍ୟଅତିଥି ଏସଡିପିଓ ଶ୍ରୀମତୀ କୁମ୍ଭାର ସମ୍ବର୍ଦ୍ଧିତ କରିଥିଲେ। ସଂଘର କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ଶତପଥୀ, ଲେଖିକା ଶର୍ମିଷ୍ଠା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭାର ଦ୍ଵିତୀୟ ପର୍ଯ୍ୟାୟରେ ବଲାଙ୍ଗୀର ଜିଲା ଓଜେୟୁ ସଂଘ ପକ୍ଷରୁ ସାମ୍ବାଦିକ ମାନସ ମହାନ୍ତି, ସଞ୍ଜୟ ବେହେରା, ସନତ ପାଢ଼ୀଙ୍କୁ ଓଜେୟୁ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଓଜେୟୁ ନୂତନ କମିଟି ଚୟନ କରାଯାଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତିର୍ଥଙ୍କର ପଟେଲ, ବଲାଙ୍ଗୀର ଜିଲ୍ଲା ସଭାପତି ଭାବରେ ପ୍ରମୋଦ ସେଲମା, ଉପସଭାପତି ମନୋଜ ମିଶ୍ର, ଶରତ ଚନ୍ଦ୍ର ପୁଟେଲ, ସାଧାରଣ ସମ୍ପାଦକ ସୁଧୀର ଦାଶ, ଯୁଗ୍ମ ସମ୍ପାଦକ ପ୍ରକାଶ ପ୍ରଧାନ ଏବଂ ରଶ୍ମିରଞ୍ଜନ ପୁଟେଲ, କୋଷାଧକ୍ଷ ଭାବେ ପ୍ରଦୀପ ବାଗ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସଂଘର ବଲାଙ୍ଗୀର ଉପଖଣ୍ଡ ସଂଗଠକ ଦାୟିତ୍ୱରେ ନୀଳମଣି ବିଶ୍ଵାଲ, ସଞ୍ଜୟ ମିଶ୍ର, ପାଟଣାଗଡ଼ ଉପଖଣ୍ଡରେ ଆଲୋକ ପାଣିଗ୍ରାହୀ , ନିର୍ମଲ ପୁଟେଲ, ଟିଟିଲାଗଡ଼ ଉପଖଣ୍ଡରେ ମନୋଜ ଶତପଥୀ, ପ୍ରମୋଦ ବେହେରା, ଜୁଲୁ ମହାପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଂଘର ରାଜ୍ୟ ସଭାପତି ଶ୍ରୀ ପ୍ରହରାଜ, ସମ୍ପାଦକ କେ ଶ୍ରୀନିବାସ ରାଓ, ଉପସଭାପତି ସୁଶାନ୍ତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ ଉଦବୋଧନ ଦେଇ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ନେଇ ନିରୁତ୍ସାହିତ କରିଥିବା ଅଭିଯୋଗ କରିଥିଲେ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକ ସୁରକ୍ଷା, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ମୃତ୍ୟୁକାଲିନ ସହାୟତା ୪ରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି, ପେନସନ, କମ ସୁଧରେ ସାମ୍ବାଦିକଙ୍କୁ ଗୃହ ଏବଂ ଯାନବାହାନ କ୍ରୟ ଋଣ, ଭୂମିହୀନ ସାମ୍ବାଦିକଙ୍କୁ ଯୁଦ୍ଧକାଲିନ ଭିତ୍ତିରେ ଜମି ଏବଂ ଆବାସ ପ୍ରଦାନ, ରାଜ୍ୟସ୍ତରୀୟ ସାମ୍ବାଦିକ କଲ୍ୟାଣ ବୋର୍ଡରେ ରାଜ୍ୟସ୍ତରୀୟ ସାମ୍ବାଦିକଙ୍କୁ ସାମିଲ କରିବାକୁ ସଂଗଠନ ଦାବି କରିଛି। ଏହି ଦାବି ପ୍ରତି ସରକାର ତୁରନ୍ତ ବିଚାର କରିବାକୁ ରାଜ୍ୟ ସଭାପତି ଶ୍ରୀ ପ୍ରହରାଜ ଦାବି କରିଛନ୍ତି। ବୈଠକରେ ସାମ୍ବାଦିକ ଅଶୋକ ତ୍ରିପାଠୀ, ମୋହନ ସୋନି, ରମାକାନ୍ତ ରାଜପଲିଆ, ବିନୋଦ ସୁନା, ସରସ ପ୍ରଧାନ, ରୁଦ୍ରଧର ଦଣ୍ଡସେନା, ଗୋପାଳ ଅଗ୍ରୱାଲଙ୍କ ସମେତ ସୋନପୁର, କଳାହାଣ୍ଡି, ସମ୍ବଲପୁର କର୍ମକର୍ତ୍ତା ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.