ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସୁନ୍ଦରଗଡ଼ ଜିଲ୍ଲା ଟାଉନ ହାଇସ୍କୁଲଠାରେ ତିନି ଦିନ ଧରି ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାଇ। ଏଥିରେରେ କଳାହାଣ୍ଡି ଜିଲ୍ଲାର ୧୧ ଜଣ ତିରନ୍ଧାଜ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନେହେଲେ ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଏସଏସଡ଼ି ସ୍କୁଲର ୧୦ ଜଣ ଓ ଲାଞ୍ଜିଗଡ଼ ନୋଡାଲ ସ୍କୁଲର ଜଣେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ବିଭିନ୍ନ ବର୍ଗରେ ୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ହାସଲ କରିଛନ୍ତି। ୧୪ ବର୍ଷରୁ କମ୍ ବର୍ଗରେ ଥବିର ମାଝୀ ୧ ସ୍ୱର୍ଣ୍ଣ ଓ ୧ କାଂସ୍ୟ ପଦକ ହାସଲ କରିଥିବା ବେଳେ ରୋଶନ ମାଝୀ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ୧୭ ବର୍ଷରୁ କମ୍ ବର୍ଗରେ ଜୁଲି ମୁଣ୍ଡା ୨ଟି ସ୍ୱର୍ଣ୍ଣ, ଦଶରଥ ମାଝୀ ୨ଟି ସ୍ୱର୍ଣ୍ଣ, ଇଶାନ୍ ହରପାଲ ୨ଟି ରୌପ୍ୟ, ଚନ୍ଦ୍ରକାନ୍ତ ଭୋଇ ୨ଟି କାଂସ୍ୟ ଓ ରଚନା ମାଝୀ ୨ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ଖେଳାଳିମାନଙ୍କ ସହ ଏସ୍ ଏସ୍ ଡି ସ୍କୁଲ ଖେଳ ଶିକ୍ଷକ ଜୟଲାଲ ଭାଇ ଓ ଲାଞ୍ଜିଗଡ଼ ନୋଡାଲ ସ୍କୁଲର ଖେଳ ଶିକ୍ଷୟତ୍ରୀ ନଳିନୀ ମୁଣ୍ଡଛିନା ମଧ୍ୟ ସୁନ୍ଦରଗଡ଼ ଗସ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ୨୦ଟି ସ୍କୁଲର ୩୦୦ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଲାଞ୍ଜିଗଡ଼ ତିରନ୍ଧାଜ କୋଚ୍ ଶୀମାଞ୍ଚଜ କାଟ୍ରାକାଙ୍କ ଦ୍ବାରା ଏହି ଖେଳାଳିମାନେ ତାଲିମପ୍ରାପ୍ତ କରିଥିବା ବେଳେ କୋଚ୍ ଶୀମାଞ୍ଚଜ ଲାଞ୍ଜିଗଡ ଏସଏସଡି ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏହି ଖେଳାଳିମାନେ ଏହି ରାଜ୍ୟ ସ୍କୁଲସ୍ତରୀୟ ତିରନ୍ଦାଜ୍ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଯୋଗୁଁ ଖେଳାଳିଙ୍କୁ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ, ଆଇପି ମହେନ୍ଦ୍ର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ବେଦାନ୍ତ ସିଏସଆର ଉପ ମୁଖ୍ୟ ଦିଲ୍ଲୀପ ପ୍ରଜାପତି, ଅଭିନଭ ପ୍ରତାପ, ଲାଞ୍ଜିଗଡ଼ କରାଟେ କୋଚ୍ କ୍ଷମାନିଧି ମହାଖୁଡ, ତିରନ୍ଧାଜ କୋଚ୍ ଶୀମାଞ୍ଚଳ କାଟ୍ରାକା ଓଏସ୍ ଏସ୍ ଡି ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ସିଏସଆର କର୍ମଚାରୀ ମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।