ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ୟାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), କଳାହାଣ୍ଡି ପକ୍ଷରୁ ଭବାନୀପାଟଣାରେ ଛାତ୍ର ଡ଼ାକରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରେ ଶିକ୍ଷା, ସୁରକ୍ଷା ଓ ରୋଜଗାରର ସମସ୍ୟାକୁ ନେଇ ରଣହୁଙ୍କାର ଦେଇଛି ଏବିଭିପି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ଭବାନୀପାଟଣାର କଲେଜ ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କଳାହାଣ୍ଡି ବିଭାଗ ସଂଘ ଚାଳକ ଯୋଗ ଦେଇଥିଲେ।