କେସିଆରଙ୍କ ଝିଅଙ୍କୁ ୧୦ ଘଣ୍ଟା ଜେରା, ଆଜି ପୁଣି ହେବେ ହାଜର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସମନ କରିଛି। ସୋମବାର ଇଡିରେ ହାଜର ହୋଇ ପକ୍ଷ ରଖିଥିଲେ। ଏହାପରେ ପୁଣିଥରେ ମଙ୍ଗଳବାର ହାଜର ହେବାକୁ କୁହାଯାଇଛି। ସୋମବାର ସକାଳ ପ୍ରାୟ ୧୦ଟା ୩୦ରେ କବିତା ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା। ଏହି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୋମବାର ଇଡି କବିତା ଓ ଅରୁଣ ପିଲ୍ଲାଇଙ୍କୁ ପଚରାଉଚରା କରିଛି। ସାଉଥ୍ ଗ୍ରୁପ୍ର ଫ୍ରଣ୍ଟମ୍ୟାନ ଅରୁଣ ପିଲାଇ ମଦ ଦୁର୍ନୀତିରେ କବିତାଙ୍କ ନିକଟତର ବୋଲି ଇଡି ଦାବି କରୁଛି। ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତି ମାମଲାରେ ସୋମବାର ଦ୍ୱିତୀୟ ଥର ପାଇଁ କବିତା ଓ ଅରୁଣ ପିଲ୍ଲାଇଙ୍କୁ ପଚରାଉଚରା କରାଯାଇଥିଲା। ଜେରା ବେଳେ ଇଡି ଉଭୟଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୧ ତାରିଖରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ନେବା ମାମଲାରେ ଇଡି ପଚରାଉଚରା କରିଥିଲା। ଗତ ସପ୍ତାହରେ ବିଆରଏସ୍ ଏମ୍ଏଲସିର ପୂର୍ବତନ ଅଡିଟର ତଥା ସାଉଥ୍ ଗ୍ରୁପ୍ର ସଦସ୍ୟ ବୁଚି ବାବୁଙ୍କ ବୟାନ ରେକର୍ଡ କରିଥିଲା ଇଡି। କବିତା କହିଛନ୍ତି ଯେ ସେ କିଛି ଭୁଲ୍ କରିନାହାନ୍ତି ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇଡି ଅପବ୍ୟବହାର କରୁଛନ୍ତି। କାରଣ ତେଲେଙ୍ଗାନାରେ ବିଜେପି ପ୍ରବେଶ କରିବାକୁ ଯେଉଁ ଲକ୍ଷ୍ୟ ରଖିଛି ପୂରଣ ହୋଇପାରୁ ନାହିଁ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.