ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଦେଶୀମଦ ବିକ୍ରି ଅଭିଯୋଗ ପରେ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବିପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଅବକାରୀ ଥାନା ଅନ୍ତର୍ଗତ ଭାଟପଡ଼ା ଓ ଖଣ୍ଡିଆନଇ ଗ୍ରାମରେ ବିଭିନ୍ନ ଅଞ୍ଚଳରେ ଚଢାଉ କରି ୨୫୭ଲିଟର ମଦ ଓ ଏକ ନଂ ବିହୀନ ବାଇକ୍ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଛତ୍ରପୁର ଅବକାରୀ ଥାନା ଇନଚାର୍ଜ ଇନ୍ସପେକ୍ଟର ବାଳକ ବିଶିଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ କରାଯାଇ ଖଲ୍ଲିକୋଟ ଅବକାରୀ ଥାନାର ଭାଟପଡ଼ା ରୋଡ, ଭାଟପଡ଼ା ଛକ ଓ ଖଣ୍ଡିଆ ନାୟୀ ସମେତ ତିନୋଟ ସ୍ଥାନରେ ଚଢାଉ କରି ତିନିଜଣ ବେଆଇନ୍ ମଦ ବେପାରୀ ଟୁନା ଦାସ, ଜୟ ପ୍ରଧାନ ଓ ଭଗବାନ ପ୍ରଧାନ ଗିରଫ କରିବା ସହ ୨୫୭ ଲିଟର ବେଆଇନ୍ ଦେଶୀ ମଦ ଓ ଏକ ନମ୍ବର ବିହୀନ ବାଇକ୍ ଜବତ କରିବା ଜଣାପଡ଼ିଛି। ଉକ୍ତ ଚଢାଉରେ ଖଲ୍ଲିକୋଟ ଇଞ୍ଚର୍ଜ୍ ଜି କମେଶ୍ୱର୍ ସମେତ ଅନନ୍ୟା ଅବକାରୀ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।