ଓଡ଼ିଆ ବାର୍ତ୍ତା/ କୋକସରା/ ଭବାନୀପାଟଣା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ସାକ୍ଷରଭାରତ କାର୍ଯ୍ୟକ୍ରମର ପ୍ରେରକ ସଙ୍ଘ ପକ୍ଷରୁ ଆଜି ଜିଲ୍ଲାପାଳ ପି ଅନ୍ଵେଷା ରେଡି ଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି l ସୂଚନା ଯୋଗ୍ୟ ଯେ ଭାରତ ସରକାର ଙ୍କ ସାକ୍ଷରତା ଅଭିଯାନ ରେ ୧୫ ବର୍ଷ ରୁ ଉର୍ଦ୍ଧ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟ ରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିଲା l ଏଥିରେ କଲାହାଣ୍ଡି ଜିଲ୍ଲା ର ୨୭୩ ଟି ଗ୍ରାମପଞ୍ଚାୟତ ରୁ ୫୪୭ ଜଣ ପ୍ରେରକ ନିୟୋଜିତ ହୋଇ ମାସିକ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଉଥିଲେ l ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସଙ୍ଗେ ସଙ୍ଗେ ପଞ୍ଚାୟତ ର ପିଡ଼ିଏସ,ଭତ୍ତାବଣ୍ଟନ, ସ୍ୱଚ୍ଛଭାରତ ମିଶନ ହିତାଧିକାରୀ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀ ଙ୍କୁ ସହଯୋଗ କରିଥିଲେ l ୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଥିବାରୁ ବର୍ତମାନ ପ୍ରେରକ ମାନେ ରୋଜଗାର ହରେଇବା ସହ ତାଙ୍କ ପରିବାର ଦୟନୀୟ ପରିସ୍ଥିତି ରେ କାଳାତିପାତ କରୁଛନ୍ତି l ଆଗକୁ କେନ୍ଦ୍ର ସରକାର ଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ନୂତନ କାର୍ଯ୍ୟକ୍ରମ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ରେ ପ୍ରେରକ ମାନଙ୍କୁ ଶିକ୍ଷା ପ୍ରେରକ ଭାବରେ ନିଯୁକ୍ତି ଦେବା ପାଇଁ କଳାହାଣ୍ଡି ପ୍ରେରକ ସଙ୍ଘ ର ସଭାପତି ଅକ୍ରୁର ମହାଳିକ,ସହ ସମ୍ପାଦକ ଛବି ବିହାରୀ, କୋଷାଧକ୍ଷ ଗାୟତ୍ରୀ ଠାକୁର,ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ l ଜିଲ୍ଲାପାଳ ପି ଅନ୍ଵେଷା ରେଡି ପ୍ରେରକ ଙ୍କ ସାମୁହିକ ସମସ୍ୟା ଓ ପୁନଃ ନିଯୁକ୍ତି କୁ ଗୁରୁତ୍ୱ ଦେଇ ଏହାର କାର୍ଯ୍ୟକାରିତା ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି l