ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ: କେନ୍ଦ୍ର ହେଡ଼କ୍ୱାଟରରେ ରହୁନାହାନ୍ତି ସିଏଚଓ, ରୋଗୀ ସେବା ଠପ୍

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରିବା ସହ ଘରେ ଘରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଅନେକ ଗୁଡ଼ିଏ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଅନ୍ୟପଟେ ସରକାର କର୍ମଚାରୀ ନିଯୁକ୍ତି କରି ପ୍ରତ୍ୟେକ ପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବ୍ୟବସ୍ଥା କରି ସାଧାରଣ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ପାଇଁ ଉଦ୍ୟମ କରୁଛନ୍ତି । ଏଥି ନିମନ୍ତେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରମାନଙ୍କରେ ଜଣେ ଲେଖାଏଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ ) ନିଯୁକ୍ତି ଦେଇଛନ୍ତି । ଯେଉଁମାନେ କେନ୍ଦ୍ରରେ ରହି ସାଧାରଣ ରୋଗୀମାନଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ସ୍ୱାସ୍ଥ୍ୟ ଜନିତ ପରାମର୍ଶ କରିବା ପାଇଁ ସରକାର ବ୍ୟବସ୍ଥା କରିଥିଲେ ମଧ୍ୟ ପଂଚାୟତ ହେଡ଼ କ୍ୱାଟର କେନ୍ଦ୍ରଗୁଡିକରେ ସିଏଚଓ ରହୁ ନ ଥିବା ସହ ନିୟମିତ ଭାବରେ କେନ୍ଦ୍ର ଖୋଲୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି । ଯାହା ଫଳରେ ସରକାର ଗ୍ରାମଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ଯୋଜନା ସମ୍ପୂର୍ଣ ରୂପେ ଫେଲ ମାରୁଥିବା ଦେଖାଦେଇଛି । ଏପରି ଏକ ଚିତ୍ର ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକରେ ଦେଖିବାକୁ ମିଳିଛି । ଏହି ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୨ ଗୋଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରହିଥିବା ବେଳେ ୧୮ ଗୋଟି ସ୍ୱାସ୍ଥ୍ୟ ଏଏନଏମ ସେଣ୍ଟର ରହିଅଛି । ଯାହା ଦ୍ୱାରା ଦୂର ଦୁରାନ୍ତରେ ଥିବା ଗ୍ରାମାଞ୍ଚଳର ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରହିଥିବା ବେଳେ ଏହି କେନ୍ଦ୍ରମାନଙ୍କରେ କର୍ମଚାରୀ ରହୁ ନ ଥିବାରୁ ସାଧାରଣ ରୋଗୀ ଚିକିତ୍ସା ସୁବିଧା ପାଇବା ପାଇଁ ନାହଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି । ଯାହାଫଳରେ ସେମାନେ ବାଧ୍ୟ ହୋଇ ବିଭିନ୍ନ କ୍ଵାକ ଓ କ୍ଲିନିକମାନଙ୍କ ଦ୍ୱାରା ରୋଗୀ ଶୋଷଣର ଶିକାର ହେଉଛନ୍ତି ।‌‌ ଏହା ସହିତ ସରକାର ସାଧାରଣ ରୋଗୀମାନଙ୍କ ନିତିଦିନିଆ ରକ୍ତ ପରୀକ୍ଷା , ରକ୍ତ ଚାପ ଯାଞ୍ଚ ସାଙ୍ଗକୁ ସାଧାରଣ ଥଣ୍ଡା ଜ୍ବର ଛୋଟ ଛୋଟ ରୋଗ ପାଇଁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ୧୨ ଗୋଟି ସିଏଚଓ ନିଯୁକ୍ତି ଦେଇଥିଲେ ମଧ୍ୟ ସେମାନେ ସହର ମୁହାଁ ହେଉଥିବା ବେଳେ କେନ୍ଦ୍ରଗୁଡିକରେ ରହୁ ନାହାନ୍ତି । ଏପରିକି ସିଏଚଓ ନିଯୁକ୍ତି ହୋଇଥିବା କଥା ସାଧାରଣ ଲୋକ ମଧ୍ୟ ଜାଣି ପାରୁ ନାହାନ୍ତି । ଯାହାର ସୁବିଧା ନେଇ କର୍ମଚାରୀମାନେ ସହରରେ ରହି ଠିକ ସମୟରେ ଆସୁ ନାହାନ୍ତି । ଅନେକ ସମୟରେ ରୋଗୀମାନେ କେନ୍ଦ୍ରକୁ ଯାଇ କାହାକୁ ନ ଭେଟି ଘରକୁ ଫେରି ଆସୁଥିବା ଅଭିଯୋଗ ହେଉଛି । ଏ ନେଇ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱ ଥିବା ଡା ସମରେନ୍ଦ୍ର ମହାପାତ୍ରଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ତାଙ୍କ ମୋବାଇଲ ଫୋନ ସୁଇଜ ଅପ ଥିଲା ।‌‌ ଏଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.