ରାହୁଲଙ୍କୁ ପାଟନା କୋର୍ଟର ସମନ

ଓଡ଼ିଆ ବାର୍ତ୍ତା/ ପାଟନା: ମୋଦି ସାଂଜ୍ଞା ବିବାଦ ରାହୁଲଙ୍କ ପିଛା ଛାଡୁନି । ସୁରଟ କୋର୍ଟ ପରେ ଏବେ ପାଟନା କୋର୍ଟର ସମନ  । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ  କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଛି ପାଟନା ଏମପି-ଏମଏଲଏ କୋର୍ଟ । ଏପ୍ରିଲ ୧୨ ତାରିଖରେ କୋର୍ଟରେ ନିଜ ବୟାନ ରଖିବାକୁ କୋର୍ଟ ପକ୍ଷରୁ ରାହୁଲଙ୍କୁ ନିର୍ଦ୍ଦେଶ ରହିଛି । ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି ରାହୁଲଙ୍କ ବିରୋଧରେ ଏହି ମାନହାନି ମକଦ୍ଦମା ମାମଲା ଦାଏର କରିଛନ୍ତି । ରାହୁଲ ଗାନ୍ଧି ସମସ୍ତ ଚୋର ମୋଦି ସାଂଜ୍ଞାଧାରୀ ବୋଲି  ବୟାନ ଦେଇ ଫସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏ ନେଇ ସୁରଟ କୋର୍ଟ ତାଙ୍କୁ  ମାର୍ଚ୍ଚ ୨୩ରେ  ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛି । ୨୦୧୯ରେ ସୁରଟ କୋର୍ଟରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ତଥଶ ବିଜେପି ଏମଏଲଏ ପୂର୍ଣ୍ଣେଶ ମୋଦି ଏ ନେଇ ମାମଲା ଦାଏର କରିଥିଲେ । କୋର୍ଟ ଦଣ୍ଡାଦେଶଣ ୨୪ ଘଣ୍ଟା ପରେ ରାହୁଲ ଗାନ୍ଧି ତାଙ୍କର ସଦସ୍ୟତା ହରାଇଥିଲେ । ଅନ୍ୟପକ୍ଷେ ପାଟନା କୋର୍ଟରେ ୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସୁଶୀଲ ମୋଦି ପାଟନା ଏମିପି-ଏମଏଲଏ କୋର୍ଟରେ ମାମଲା ଦାଏର କରିଥିଲେ । ଏ ନେଇ ରାହୁଲ ଗାନ୍ଧିଙ୍କୁ ଜବାବ ରଖିବା ପାଇଁ ସମନ କରାଯାଇଥିଲା । ରାହୁଲ ଏହି ମାମଲାରେ ଜମାନତରେ ଅଛନ୍ତି । ପାଟନା କୋର୍ଟ ସମସ୍ତ ୫ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିବା ପରେ ଏପ୍ରିଲ ୧୨ ତାରିଖରେ ରାହୁଲଙ୍କୁ ତାଙ୍କ ବୟାନ ରଖିବା ପାଇଁ ସମନ କରଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.