ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ବାପୁଜୀ କ୍କଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳୀମନ୍ଦିର ପଡ଼ାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ଖାଡଙ୍ଗାଙ୍କ ନେତୃତ୍ଵରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣାର ଶିକ୍ଷକ ପ୍ରଶିକ୍ଷିକା ନିହାରୀକା ଦେବୀ, ସମ୍ମାନୀତ ଅତିଥି ଭାବେ ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଅହଲ୍ଯା ମାଝୀ ସଭାର ସଭାପତିତ୍ଵ କରିଥିବା ବେଳେ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ସାହିନା ରେହେମାନ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଏସ.ଏମ୍.ସି ସଦସ୍ୟ ସଦସ୍ୟା, ଅଭିଭାବକ ଅଭିଭାବିକାମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଏଥିସହ ୮ଟି ଆଞ୍ଚଳିକ ନୃତ୍ୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲାବେଳେ ସାଂସ୍କୃତିକ ସନ୍ଧ୍ୟା ବେଶ୍ ରଙ୍ଗମୟ ହୋଇଉଠିଥିଲା।