ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ସ୍ଥାନୀୟ ଠକ୍କର ବାପା ଆଶ୍ରମ ଠାରେ ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ମୁନିଗୁଡାର ରୁକୁଣୀ ପାତ୍ର ଅଧ୍ଯକ୍ଷତା କରି ଥିଲେ। ମୂଖ୍ଯ ଅତିଥି ଭାବେ ବିଜୁ ଶ୍ରମିକ ସାମୁଖ୍ୟ ଅଭିବକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ତଥା ରାୟଗଡ଼ା ଜିଲ୍ଲା ସଭାପତି ନିରଂଜନ ପାତ୍ର ଯୋଗ ଦେଇଥିଲେ। ସେହିପରି ମୂଖ୍ଯ ବକ୍ତା ଭାବେ ଶ୍ରୀମତୀ ସନ୍ଧ୍ଯା ରାଣୀ ବାରିକ ଯୋଗ ଦେଇଥିଲେ । ଏଦୁ ଚିନ୍ନା ବୈଠକରେ ବିବରଣୀ ପାଠ କରିଥିେଲ । ଉପସ୍ଥିତ ୭ ବ୍ଳକ ର ପାଚକ ପାଚିକା ମାଁ ମାନଙ୍କ ମଧ୍ଯ ରେ ଚର୍ଚ୍ଚା ଆଲୋଚନା କରିବା ପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ ୨୦୧୮ ମସିହା ରୁ ୨୦୦୦ ଟଙ୍କା ସରକାର ଘୋଷଣା କରିଥିଲେ। କିନ୍ତୁ ଅଦ୍ୟାବଧି ମାତ୍ର ୧୪୦୦ ଟଙ୍କା ରାଜ୍ଯ ସରକାର ଦେଉଅଛନ୍ତି । କେନ୍ଦ୍ର ସରକାରଙ୍କ ୬୦ ଭାଗର ୬୦୦ ଟଙ୍କା ଆମ୍ଭକୁ ଆଜି ପର୍ୟ୍ଯନ୍ତ ମିଳିପାରି ନାହିଁ। କେତେକ ସ୍କୁଲରେ ପାଚିକା ମା ମାନଙ୍କୁ ୭/୮ ମାସର ଦରମା ମିଳିନାହିଁ ତ କେତେକ ସ୍କୁଲରେ ୨ ବର୍ଷରୁ ଅଧିକ ହେବ ଦରମା ମିଳିନାହିଁ। ସେହିପରି କେତେକ ସ୍କୁଲରେ ଜାଳେଣୀ, ତେଲ ଲୁଣ,ଗ୍ୟାସ୍ ବାବଦକୁ ପଇସା ମିଳିନାହିଁ ତ କେତେକ ସ୍କୁଲରେ ରାନ୍ଧିବା ପାଇଁ ହଣ୍ଡାହାଣ୍ଡି ମିଳି ନ ଥିବା ଭଳି ପାଚିକା ମା ମାନଙ୍କର ବହୁତ ଗୁଡାଏ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଏହି ସବୁ ସମାସ୍ୟାକୁ ବ୍ଳକ ସ୍ତରରେ ବୈଠକ କରି ଲିଖିତ ଅଭିେଯାଗ କରାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇ ସମାଧାନ କରାଇବା ନିମନ୍ତେ ସ୍ଥିର କରାଗଲା। ଆସନ୍ତା ୧୦ ଏପ୍ରିଲରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବା ନିମନ୍ତେ ସ୍ଥିର କରାଯାଇଛି ଏବଂ ଆସନ୍ତା ୧୭/୧୮ ଦୁଇଦିନ ଭୂବନେଶ୍ଵର ଲଏର ପିଏମଜିରେ ଦାବି ପୂରଣ ପାଇଁ ଅହରାତ୍ର ଧାରଣା ଦିଆଯିବା ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି | ଉକ୍ତ ବୈଠକରେ ସୁଲ ଗନ୍ତାୟତ, ସୁଭଦ୍ରା ଦାସ, ଭବାନୀ ପୁଲାକା, ଗୌରୀ ମା, ସୁକାନ୍ତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।