ସଡକ ସୁରକ୍ଷା ସପ୍ତାହ: ନର୍ଲାରେ କଡାକଡି ଚାଲିଛି ଗାଡି ଚେକିଂ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପୋଲିସ ଓ ଜିଲ୍ଲା ଆରଟିଓ ଅଫିସ ଷ୍ଟାଫ ଆସି ନର୍ଲାରେ ପ୍ରତ୍ୟହ କଡାକଡି  ଗାଡି ଚେକିଂ କରୁଛନ୍ତି । ଚଳିତ ମାସ ୧ ରୁ ଆସନ୍ତା ୭ ଯାଏଁ ଚାଲିବ ଗାଡି ଚେକିଂ । ନର୍ଲା ଏସଆଇ ଶ୍ରୀ ନିଷିକାଙ୍କ ନେତୃତ୍ୱରେ ନର୍ଲାର ବାଲିପଡା, ଚାରିଛକ, ସର୍ଗିଗୁଡା ରେଳ ଫାଟକ ଛକ, ଗୋହୀରାପଦର ରେଳ ଫାଟକ, ରାକ୍ସି ଛକ, ଭୀମକେଲା ଛକ, ଚିପୁଲ ବ୍ରିଜ ପ୍ରଭୃତି ଛକ ସ୍ଥାନ ମାନଙ୍କରେ ସକାଳେ ଓ ସନ୍ଧ୍ୟାରେ ଚାଲୁଛି ଗାଡି ଚେକିଂ । ମଦ୍ୟପାନ କରି ଗାଡି ଚଲେଇବା, ହେଲାମେଟ ପିନ୍ଧିନଥିବା, ଓଭର ଲୋଡିଂ, ଡିଏଲ ପ୍ରଭୃତି ଚେକିଂ କରା ଯାଉଥିବା ବେଳେ ଏହାର ଖିଲାପକାରୀଙ୍କୁ ଜୋରିମାନା ବାବଦକୁ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଚାଲାନ କଟା ଯାଇଥିବା ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.