ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମାର ସରକାରୀ ପୋଲି ଟେକନିକ୍ କଲେଜରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। କଲେଜ ଅଧ୍ୟକ୍ଷ ଗୌରହରୀ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶିବିରର ଶୁଭ ଉଦ୍ଘାଟନ କରିଥିଲେ । ଗ୍ରୀଷ୍ମ ପ୍ରବାହ ହେତୁ ଦେଖା ଦେଇଥିବା ରକ୍ତ ସଙ୍କଟକୁ କିଛି ମାତ୍ରାରେ ଏ ଶିବିର ସହାୟ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମତ ଦେଇଥିଲେ । ବେଦ ପ୍ରଚାର ସମିତିର ସଭାପତି ପଙ୍କଜ ମେହେର, ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ପଣ୍ଡା, କଲେଜର ପ୍ରଶିକ୍ଷକ ପଦ୍ମ ଲୋଚନ ବେହେରା, ସାରଦା କୁମାର ନାୟକ, ଶରତ କୁମାର ବିଶ୍ବାଳ, ପ୍ରତିମା ଭୋଇ, ଜେନ୍ସ ସୁମିତ୍ ଏକ୍କା, କିରଣ କୁମାର୍ ଭୋଇ, ଦେବାଶିଷ ଲେଙ୍କା, ଲକ୍ଷ୍ମଣ ହେମ୍ବ୍ରମ, ସୁଭସ୍ମିତା ବେହେରା, ପୁରାତନ ଛାତ୍ର ଗୋପାଳ ବେହେରା ପ୍ରମୁଖ ରକ୍ତ ଦାନ ଶିବିର ପରିଚାଳନାରେ ସହାୟତା କରିଥିଲେ । ବିଭିନ୍ନ ବିଭାଗର ୯ଜଣ ଛାତ୍ରୀ ସହିତ ସମୁଦାୟ ୬୩ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି । ଟେକ୍ନିସିଏନ ଟିଟୁ ଭୋଇ, ଜଗତ ଦରୁଅନ ଓ ଦୁର୍ଗା ଦତ୍ତ ଦାସ ରକ୍ତ ସଂଗ୍ରହ କରିଥିଲେ ।