ମହାନଦୀ ଯୁବ ସଂଗଠନ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳିତ 

ଓଡିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳିତ ହେଉଛି ଦୁର୍ଘଟଣା ମୁକ୍ତ ସପ୍ତାହ। ଏହି କ୍ରମରେ ଆଜି ବିନିକା ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ମହାନଦୀ ଯୁବ ସଙ୍ଗଠନ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମହାବିଦ୍ୟାଳୟର ପ୍ରିନ୍ସିପାଲ ମୀନକେତନ ପଧାନଙ୍କ ପୌରହିତ୍ୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିନିକା ଆଇଆଇସି ପବିତ୍ର କୁମାର ସାହୁ, ରଞ୍ଜୟ କୁମାର ନାଏକ ସହ ମହାନଦୀ ଯୁବ ସଂଗଠନ ର ସଭାପତି ପ୍ରକାଶ ଅଗ୍ରୱାଲ,ମହାବିଦ୍ୟାଳୟ ର ଟ୍ରଷ୍ଟି ସଭାପତି ହିମାଂଶୁ ତ୍ରିପାଠୀ, ସମ୍ପାଦକ ବିକାଶ କୁମାର ମହାନ୍ତି ରୋଡ଼ ସେଫଟି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପିକା ମନୀଷା ଭୋଇ,ଓଡ଼ିଆ ବିଭାଗ ଭୂମିସୁତା ପଧାନ, ଇଂରାଜୀ ଅଧ୍ୟାପକ ପଦ୍ମଲୋଚନ ସା, ଡି ଇ ଓ ବ୍ରଜରାଜ ଥାନାପତି, ବାର୍ତ୍ତାବହ କବିତା ଖେତୀ ସହ ବହୁ ଶିକ୍ଷାର୍ଥୀ ଉପସ୍ଥିତି ରହିଥିଲେ। ଶେଷରେ ଭାଇସ ପ୍ରିନ୍ସପାଲ ଅର୍ପିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.