ଜିସିଡି ହାଇସ୍କୁଲ ପଡିଆରେ ଜୟନ୍ତି ପାଳନ ବିବାଦ ପ୍ରସଙ୍ଗ: ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୀମାଂସା କରିବାରେ ବିଫଳ ଜିଲ୍ଳା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଜିସିଡି ହାଇସ୍କୁଲ ଖେଳ ପଡିଆ ଠାରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ପକ୍ଷରୁ ଉତ୍କଳୀୟ ନବବର୍ଷ,ମହାବୀର ଜୟନ୍ତି ତଥା ବିଷୁବ ପଣା ସଂକ୍ରାନ୍ତି ଏବଂ ଡଃ.ଅମ୍ବେଦକର ଜୟନ୍ତି ଉତ୍ସବ ପାଳନ କମିଟି ତରଫରୁ ଡଃ.ବାବା ସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତି ପାଳନକୁ ନେଇ ବିବାଦର ସମାଧାନ ହେଉ ନ ଥିବା ବେଳେ ଆଜି ଉଭୟ ଗୋଷ୍ଠୀଙ୍କ ସଦସ୍ୟଙ୍କୁ ନେଇ ଜିଲ୍ଳା ପ୍ରଶାସନ ମଧ୍ୟସ୍ଥ ସାଜି ବୈଠକରେ ବୁଝାମଣା ତଥା ମୀମାଂସା କରିବାର ପ୍ରୟାସ ଏକ ପ୍ରକାର ବିଫଳ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଡିଏସପି ଉଲ୍ଳାଶା ମାଝି ଏବଂ ରାୟଗଡା ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ସଭାପତି ଡଃ.ନିରଂଜନ ବକ୍ସିପାତ୍ର,ସଦସ୍ୟ ଦେବାଶିଷ ଖାଡଙ୍ଗା ଓ ବସନ୍ତ ଉଲାକା ଉପସ୍ଥିତ ରହିଥିବା ବେଳେ ଡଃ.ଆମ୍ବେଦକର ଜନ୍ମ ଜୟନ୍ତି ପାଳନ ଉତ୍ସବ କମିଟି ସଭାପତି ଗଙ୍ଗାଧର ପୁଆଲା,ଉପସଭାପତି ହରପ୍ରସାଦ ହେପ୍ରୁକା,କାର୍ଯ୍ୟକାରୀ ସଭାପତି ତାମାରାଓ ବିଡିକା,ଉପଦେଷ୍ଠା ତ୍ରିନାଥ ବିଭର,ଜନାର୍ଦ୍ଧନ ଗରଡାଙ୍କ ସମେତ ଅନ୍ୟ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ । ଉଭୟ କମିଟି ସଦସ୍ୟମାନେ ଆପୋଷ ବୁଝାମଣା ମଧ୍ୟରେ ମିଳିତ ଭାବେ ଜିସିଡି ହାଇସ୍କୁଲ ପଡିଆ ଠାରେ ଉଭୟଙ୍କ କାର୍ଯ୍ୟକ୍ରମ ସମୟସୀମା ମଧ୍ୟରେ ପାଳନ କରିବାକୁ ଅତିରିକ୍ତ ଜିଲ୍ଳାପାଳ ଦ୍ୱୟ ପରାମର୍ଶ ଦେଇଥିବା ବେଳେ ଉଭୟ କମିଟିର ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଏକା ସ୍ଥାନରେ କାର୍ଯ୍ୟକ୍ରମ କରାଯିବା ସମ୍ଭବପର ହୋଇ ପାରୁ ନ ଥିବା ବେଳେ ଉଭୟ କମିଟି ନିଜେ ନିଜର ଜିଦରେ ଅଟଳ ଥିବାରୁ ସମସ୍ୟାର ସମାଧାନ ଦିଗରେ ମଧ୍ୟସ୍ଥ ସାଜିଥିବା ପ୍ରଶାସନ କୈାଣସି ନିଷ୍କର୍ସରେ ପଂହଚି ପାରିନାହିଁ ।

Udyog Nursery
Udyogi Nursery

ଯାହାକୁ ନେଇ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ଜିଲ୍ଳାପାଳଙ୍କୁ ଏ ନେଇ ଫୋନ୍ ମାଧ୍ୟମରେ ଅବଗତ କରାଇଥିଲେ । ଉଭୟ କମିଟି ସହ ଜିଲ୍ଳାପାଳ ଫୋନ୍ ଯୋଗେ କଥାବାର୍ତା ହେବା ସହ ଆଜି ସଂଧ୍ୟା ସୁଦ୍ଧା ଶେଷ ନିଷ୍ପତି ଜଣାଇବାକୁ କହିଥିବା ଜଣାପଡିଛି । ଆସନ୍ତା ୧୪ ତାରିଖ ଅପରାହ୍ନରୁ ୧୫ତାରିଖ ଯାଏଁ ୨ଦିନ ଧରି ରାୟଗଡାର ସମସ୍ତ ବର୍ଗର ଲୋକଙ୍କୁ ନେଇ ଉତ୍କଳୀୟ ନବବର୍ଷ ତଥା ମହାବୀର ଜୟନ୍ତି ଓ ପଣା ସଂକ୍ରାନ୍ତି ପାଳନ ପାଇଁ ନିଷ୍ପତି ନିଆଯାଇ ଚଳିତ ବର୍ଷ ଜିସିଡି ହାଇସ୍କୁଲ ପଡିଆ ଠାରେ ଏହି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି ବୋଲି ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ସଭାପତି ଶ୍ରୀ ବକ୍ସିପାତ୍ର ପ୍ରକାଶ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯାଇ ୧୪ତାରିଖ ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଡଃ.ବାବାସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତି ପାଳନ କରାଯିବ ବୋଲି ଡଃ.ଆମ୍ବେଦକର ଜୟନ୍ତି ପାଳନ କମିଟି ସଭାପତି ଶ୍ରୀ ପୁଆଲା ବୈଠକରେ ପ୍ରକାଶ କରିଥିଲେ । ଜିସିଡି ହାଇସ୍କୁଲ ପଡିଆରେ ଗୋଟିଏ ମୁଖ୍ୟ ଷ୍ଟେଜ୍ ରହିଥିବାରୁ ଉଭୟଙ୍କ କାର୍ଯ୍ୟକ୍ରମ ପାଳନ କରିବା ସମ୍ଭବ ପର ହୋଇ ନ ଥିବା ବେଳେ ପଣା ସଂକ୍ରାନ୍ତିରେ ୧୫ହଜାରରୁ ଉର୍ଦ୍ଧ ଲୋକ ଏବଂ ଆମ୍ବେଦକର ଜୟନ୍ତିରେ ୧୦ହଜାର ଲୋକଙ୍କ ସମାଗମ ହେବା ନେଇ ଉଭୟ କମିଟି ପକ୍ଷରୁ ଜଣାଯାଇଥିଲା । ତେବେ ଆମ୍ବେଦକର ଜୟନ୍ତି ପାଳନ କମିଟି ସକାଳରୁ କାର୍ଯ୍ୟକ୍ରମ ଆରମ୍ଭ କରି ଅପରାହ୍ନ ୩ଟା ମଧ୍ୟରେ ସାରିବା ଏବଂ ଅପରାହ୍ନ ୩ଟା ପରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଥାନା ଅଧିକାରୀ ପରାମର୍ଶ ଦେଇଥିବା ବେଳେ ସକାଳରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ସଂଧ୍ୟା ୬ଟା ବଦଳରେ ଆଉ ଅଧିକା ଘଂଟାଏ ତଥା ଦୁଇ ଘଂଟା ବୃଦ୍ଧି ହୋଇଗଲେ କାର୍ଯ୍ୟକ୍ରମ ଶେଷ ହେବାରେ ବିଳମ୍ବ ହେବ ବୋଲି ଶ୍ରୀ ପୁଆଲା ପ୍ରକାଶ କରିଥିଲେ ।

ତେବେ ଜିଲ୍ଳାପାଳ ମହୋଦୟା ପୂର୍ବରୁ ବିଷୁବ ବନ୍ଧୁ ମିଳନ ଉତ୍ସବ ପାଳନ କମିଟିକୁ ଅନୁମତି ପ୍ରଦାନ କରିଥିବାରୁ ଆମ୍ଭ କାର୍ଯ୍ୟକ୍ରମ ଆମେ କରିବୁ ବୋଲି ସଦସ୍ୟ ବସନ୍ତ ଓ ଦେବାଶିଷ ପ୍ରକାଶ କରିଥିିବା ବେଳେ ସରକାରଙ୍କ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମାକୁ ଅଣଦେଖା କରି ଯଦି ଜିଲ୍ଳାପାଳ ମହୋଦୟା ଅନୁମତି ପ୍ରଦାନ କରିଛନ୍ତି ତେବେ ଆମେ ନିଶ୍ଚିତ ଭାବେ ନ୍ୟାୟାଳୟର ଆଶ୍ରୟ ନେବା ସହ ଉକ୍ତ ଦିବସରେ ଧୁମଧାମରେ ୧୦ହଜାର ଲୋକଙ୍କ ଗହଣରେ ଜିସିଡି ହାଇସ୍କୁଲ ପଡିଆ ଠାରେ ଆମ୍ବେଦକରଙ୍କ ଜୟନ୍ତି ପାଳନ କରିବୁ ଏବଂ କୈାଣସି ପ୍ରକାର ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଶ୍ରୀ ପୁଆଲା ପ୍ରକାଶ କରିଥିଲେ । ଉଭୟ କମିଟିର ସମସ୍ତ ବିଷୟକୁ ନେଇ ଉପସ୍ଥିତ ଅଧିକାରୀମାନେ ସମାଧାନର ବାଟ ଫିଟାଇ ପାରି ନ ଥିବା ବେଳେ ଜିଲ୍ଳାପାଳ କଣ ନିଷ୍ପତି ନେବେ ତାହା ଦେଖିବାକୁ ବାକି ରହିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.