ନର୍ଲା ବ୍ଲକ: ମଇ ୨ ରେ ୧୪ ୱାର୍ଡ ସଭ୍ୟ ପଦବୀ ପାଇଁ ଉପନିର୍ବାଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ୧୨ ଗୋଟି ଗ୍ରାମ ପଞ୍ଚାୟତ ଗୁଡିକରେ ଖାଲି ପଡିଥିବା ୱାର୍ଡ ସଭ୍ୟ/ସଭ୍ୟା ପଦବୀ ନିମନ୍ତେ ଆସନ୍ତା ମଇ ମାସ ୨ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିବା ଗାଡେବନ୍ଧ, ସର୍ଗିଗୁଡା, ରୁପ୍ରା, ରାକ୍ସି, ଭାନପୁର, ବଡଧାରପୁର, ମାଣ୍ଡେଲ ପ୍ରଭୃତି ୧୨ ଗୋଟି ଗ୍ରାମ ପଞ୍ଚାୟତରେ ୱାର୍ଡ ସଭ୍ୟ/ସଭ୍ୟା ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ମୋଟ ୩୨୩ ଗୋଟି ୱାର୍ଡ ରହିଛି । ଗତ ୨୦୨୨ ପଞ୍ଚାୟତରାଜ ନିର୍ବାଚନରେ ୩୦୯ ଗୋଟି ୱାର୍ଡ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚିତ ହୋଇସାରିଛନ୍ତି । ୧୧ ଗୋଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିବା ବେଳେ କେବଳ ଭାନପୁର ଗ୍ରାମ ପଞ୍ଚାୟତରେ ୩ ଗୋଟି ଏଭଳି ମୋଟ ୧୪ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଛି । ଯେଉଁ ୱାର୍ଡରେ କେବଳ ସାଧାରଣ ବର୍ଗ ଓ ପଛୁଆ ବର୍ଗର ଲୋକେ ରହୁଥିବା ବେଳେ ସେହି ୱାର୍ଡରେ ଅନୁସୂଚୀତ ଜାତି କିମ୍ବା ଜନଜାତି ବର୍ଗ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ପଦବୀ ସଂରକ୍ଷିତ ରହିଥିଲା । ଫଳରେ ସେଠାରେ ସେହି ବର୍ଗର ପ୍ରାର୍ଥୀ କିମ୍ବା ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ସେହି ସବୁ ୱାର୍ଡ ଗୁଡିକର ଆସନ ଖାଲି ପଡିଥିଲା । ଏନେଇ ଉପରୋକ୍ତ ୧୨ ଗୋଟି ଗ୍ରାମ ପଞ୍ଚାୟତର ୧୪ ଗୋଟି ୱାର୍ଡ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନର୍ଲା ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଗତ ୪ା୪ ରୁ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଗୁରୁବାର ୬ା୪ ପ୍ରାର୍ଥୀପତ୍ର ଯାଞ୍ଚ ହେଲା । ଯେଉଁ ୱାର୍ଡ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ/ପ୍ରାର୍ଥୀନୀ ନାମଙ୍କନ ପତ୍ର ଦାଖଲ କରିଥିବେ ସେହି ୱାର୍ଡର ସଭ୍ୟ/ସଭ୍ୟା ଭାବରେ ସେମାନଙ୍କ ନାମ ଘୋଷଣା କରାଯିବ । ଯେଉଁ ୱାର୍ଡରେ ୱାର୍ଡ ସଭ୍ୟ/ସଭ୍ୟା ପାଇଁ ଦୁଇରୁ ଅଧିକ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବେ ସେହି ୱାର୍ଡ ଗୁଡିକରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.