ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଚୈତ୍ର ପୂର୍ଣ୍ଣିମା ଇଂ ତା ୦୬|୦୪|୨୦୨୩ ଗୁରୁବାର ଦିନ ସାରା ଦେଶରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି ପବିତ୍ର ହନୁମାନ ଜୟନ୍ତି । ଭଗବାନ ଶ୍ରୀ ରାମଙ୍କ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କର ପ୍ରେମ ଏବଂ ଆଶୀର୍ବାଦ ଜଣେ ବ୍ୟକ୍ତିଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରେ । ବଜରଙ୍ଗବାଲିଙ୍କ ଜନ୍ମଦିନ ପ୍ରତିବର୍ଷ ଚୈତ୍ର ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଯିଏ ବଜରଙ୍ଗବାଲି ବାବାଙ୍କ ଆଶୀର୍ବାଦ ପାଏ, ଦୁନିଆର କୌଣସି ଦୁଃଖ ଯନ୍ତ୍ରଣା ତାଙ୍କୁ ସ୍ପର୍ଶ କରିପାରେ ନାହିଁ । ଏହି ବିଶ୍ବାସ ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଶ୍ରୀ ରାମାନୁଜ ଏଗ୍ରୋ ଟେକ୍ ଠାରେ ହନୁମାନ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାମାନୁଜ ରାଇସ ମିଲ୍ ପରିସରରେ ଥିବା ହନୁମାନ ମନ୍ଦିରରେ ଏନେଇ ସ୍ବତନ୍ତ୍ର ନିତି କାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଅଞ୍ଚଳବାସୀ ଯୋଗଦେଇ ହନୁମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ରାମାନୁଜ ଏଗ୍ରୋଟେକ୍ ପକ୍ଷରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।