ପଶ୍ଚିମାଝଡ ପ୍ରଭାବ : କୁଆପଥର ବର୍ଷା, ଭାଙ୍ଗିଲା ଗଛ, ଉଡିଲା ଘରର ଛାତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପଶ୍ଚିମାଝଡ଼ ପ୍ରଭାବରେ ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି । ଏଥି ଯୋଗୁଁ ସ୍ଥାନେ ସ୍ଥାନେ ଗଛ ସବୁ ଉପୁଡ଼ିପଡ଼ିଥିବା ବେଳେ ଅନେକଙ୍କ ଘରର ଛାତ ଉଡି ଯାଇଛି । ପ୍ରାୟ ଅଧ ଘଣ୍ଟା ଧରି ବ୍ଳକର ଆମପାଣି, ବଡପୋଡାଗୁଡା, ବରାଡଙ୍ଗା, କାଉଡୋଲା ଆଦି ସ୍ଥାନରେ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି, କୁଆପଥର ମାଡ ଓ ପବନ ବୋହିଛି । ତେଣୁ ଏହାର ପ୍ରଭାବରେ ଆମପାଣି ପଞ୍ଚାୟତଧ ପାତ୍ରବସା ଗ୍ରାମର ନକୁଳ ଠାକୁରଙ୍କ ଘରର ଛାତ ଭାଙ୍ଗିଯାଇଛି । ଗରିବ ପରିବାର ହୋଇଥିବାରୁ ସହାୟତା ଯୋଗାଇ ଦେବାପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି । ଏଣେ ଅନେକ ସ୍ଥାନରେ ଗଛ ଗୁଡ଼ିକ ଭାଙ୍ଗି ପଡ଼ିଥିବାବେଳେ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.