ଅଦାନୀ ଷ୍ଟକ୍‌ ମାମଲାର ଜେପିସି ତଦନ୍ତ ପାଇଁ ବିରୋଧୀ ସାଂସଦଙ୍କ ‘ତ୍ରିରଙ୍ଗା ଶୋଭାଯାତ୍ରା’

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ : ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ଗୁରୁବାର ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଉ ଏହି ‘ତ୍ରିରଙ୍ଗା ଶୋଭାଯାତ୍ରା’ ଅଦାନୀ ଷ୍ଟକ୍‌ ମାମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ କରାଯାଇଥିଲା । ବିରୋଧୀ ଦଳଗୁଡ଼ିକ ପ୍ରଥମେ ପ୍ରତିବାଦ ଓ ପରେ ଶୋଭାଯାତ୍ରା କରିଥିଲେ। ଆମେ କହିରଖିବାକୁ ଚାହିଁବୁ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ପୂର୍ବରୁ ସୋନିଆ ଗାନ୍ଧୀ ସଂସଦ ଭବନର ୧ ନମ୍ବର ଗେଟ୍‌ରେ ଜାତୀୟ ପତାକା ଧରିଥିଲେ, ଯେଉଁଠାରେ ସମସ୍ତ ବିରୋଧୀ ସାଂସଦ ଏକାଠି ହୋଇଥିଲେ। ଜାତୀୟ ପତାକା ଧରି ଡିଏମକେ, ସମାଜବାଦୀ ପାର୍ଟି, ଆରଜେଡି, ଶିବସେନା, ଆମ୍‌ ଆଦମୀ ପାର୍ଟି ଏବଂ ଏନସିପି ଭଳି ସମଭାବାପନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନରୁ ଶୋଭାଯାତ୍ରା ଆରମ୍ଭ କରି ବିଜୟା ଚୌକ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ।

ତ୍ରିରଙ୍ଗା ଶୋଭାଯାତ୍ରା ପରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ, କେନ୍ଦ୍ରର ମୋଦି ସରକାର ଗଣତନ୍ତ୍ର କଥା କହୁଛନ୍ତି, କିନ୍ତୁ କଥାବାର୍ତ୍ତା କରୁନାହାନ୍ତି । ସଂସଦରେ ବିନା ଆଲୋଚନାରେ ୧୨ ମିନିଟରେ ୫୦ ଲକ୍ଷ କୋଟି ଟଙ୍କାର ବଜେଟ୍‌ ପାରିତ ହୋଇଗଲା। ବିରୋଧୀ ନୁହେଁ ବରଂ ଶାସକ ଦଳର ସାଂସଦମାନେ ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ବୋଲି ଖଡଗେ କହିଛନ୍ତି। ବ୍ରିଟେନ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଦାବି କରି ମୋଦୀ ସରକାର ଅଦାନୀ ପ୍ରସଙ୍ଗରୁ ଧ୍ୟାନ ହଟାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ନିର୍ଦ୍ଦେଶ ଦେବାକୁ ସରକାର ରାଜି ହେଉନାହାନ୍ତି।

ସେପଟେ ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଳ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ସରକାର କାହିଁକି ଅଦାନୀ ଦୁର୍ନୀତି ଉପରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ? ସୂଚନାଯୋଗ୍ୟ, ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପରଠାରୁ ସଂସଦର ଉଭୟ ଗୃହର କାର୍ଯ୍ୟ ବାରମ୍ବାର ମୁଲତବୀ ରହି ଆସୁଥୁଲା।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.