ଜିସିଡି ହାଇସ୍କୁଲ ପଡିଆରେ ଜୟନ୍ତି ପାଳନ ନେଇ ତୁଟିଲା ବିବାଦ

ଉଭୟ କମିଟିଙ୍କ ମଧ୍ୟରେ ମୀମାଂସା କରିବାରେ ସଫଳ ଜିଲ୍ଳା ପ୍ରଶାସନ

ସକାଳେ ହେବ ଅମ୍ବେଦକର ଜୟନ୍ତି, ସଂଧ୍ୟାରେ ପାଳନ ହେବ ପଣା ସଂକ୍ରାନ୍ତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଜିସିଡି ହାଇସ୍କୁଲ ଖେଳ ପଡିଆ ଠାରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ପକ୍ଷରୁ ଉତ୍କଳୀୟ ନବବର୍ଷ,ମହାବୀର ଜୟନ୍ତି ତଥା ବିଷୁବ ପଣା ସଂକ୍ରାନ୍ତି ଏବଂ ଡଃ.ଅମ୍ବେଦକର ଜୟନ୍ତି ଉତ୍ସବ ପାଳନ କମିଟି ତରଫରୁ ଡଃ.ବାବା ସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତି ପାଳନକୁ ନେଇ ଉଠିଥିବା ବିବାଦର ସମାଧାନ କରିବା କ୍ଷେତ୍ରରେ ସଫଳ ହୋଇଛି ରାୟଗଡା ଜିଲ୍ଳା ପ୍ରଶାସନ । ଆଜି ସଂଧ୍ୟାରେ ଅତିରିକ୍ତ ଜିଲ୍ଳାପାଳ ସୋମାନଥ ପ୍ରଧାନ ଉଭୟ କମିଟିଙ୍କ ସଦସ୍ୟଙ୍କୁ ନେଇ ଆଲୋଚନା କରିବା ପରେ ଉଭୟ କମିଟିର ନିଷ୍ପତି ପରେ ଏକ ନିଷ୍କର୍ସ ବାହାରିଥିଲା । ଉଭୟଙ୍କ ମତାମତାକୁ ନେଇ ବାହାରିଥିବା ନିଷ୍କର୍ସ ବିବାଦର ସମାଧାନର ବାଟ ଫିଟାଇଥିଲା । ଅମ୍ବେଦକର ଜୟନ୍ତି ପାଳନ କମିଟି ତରଫରୁ ୧୪ତାରିଖ ସକାଳୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଳନ କରାଯାଇ ଅପରାହ୍ନ ୪ଟାରେ ସମାପ୍ତ କରିବା ପରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ତାହାର ସ୍ଥିର କାର୍ଯ୍ୟସୂଚି ପ୍ରକାରେ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଆପୋଷ ବୁଝାମଣା ହୋଇଛି । ଜିସିଡି ହାଇସ୍କୁଲ ପଡିଆରେ ଥିବା ମୁଖ୍ୟ ଷ୍ଟେଜ ପଟକୁ ବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ ହେବ ଏବଂ ଏହାର ବିପରୀତରେ ଆମ୍ବେଦକର ଜୟନ୍ତି ପାଳନ ହେବା ନେଇ ଉଭୟ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ଅମ୍ବେଦକର ଜୟନ୍ତି ପାଳନ କମିଟି ସଭାପତି ଗଙ୍ଗାଧର ପୁଆଲା,ଉପସଭାପତି ହରପ୍ରସାଦ ହେପ୍ରୁକା,ଉପଦେଷ୍ଠା ତ୍ରିନାଥ ବିଭର ଉପସ୍ଥିତ ରହିଥିବା ବେଳେ ବିଷୁବ ବନ୍ଧୁ ମିଳନ ଉତ୍ସବ ପାଳନ କମିଟି ସଭାପତି ଡଃ.ନିରଂଜନ ବକ୍ସିପାତ୍ର,ସଦସ୍ୟ ଦେବାଶିଷ ଖାଡଙ୍ଗା ଓ ବସନ୍ତ ଉଲାକା ପ୍ରମୁଖ ଉପସ୍ଥିତ ରହିଥିଲେ । ଗତ କିଛି ଦିନ ହେଲା ଜିସିଡି ହାଇସ୍କୁଲ ପଡିଆରେ ଉକ୍ତ ଦୁଇଟି କମିଟିର ଉତ୍ସବ ତଥା ଜୟନ୍ତି ପାଳନକୁ ନେଇ ବିଭିନ୍ନ ମତାନ୍ତର ଦେଖାଦେଇଥିଲା । ଯାହାକୁ ନେଇ ଆଜି ମଧ୍ୟାହ୍ନରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ଧର୍ମାନନ୍ଦ ବେହେରା ଏବଂ ପୋଲିସ ପ୍ରଶାସନର ଡିଏସପି ଉଲ୍ଳାଶା ମାଝି ଏବଂ ରାୟଗଡା ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ଏବଂ ଡଃ.ଆମ୍ବେଦକର ଜନ୍ମ ଜୟନ୍ତି ପାଳନ ଉତ୍ସବ କମିଟି ସଦସ୍ୟଙ୍କୁ ନେଇ ସମସ୍ୟାର ସମାଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ କମିଟି ସଦସ୍ୟମାନେ ଆପୋଷ ବୁଝାମଣା ମଧ୍ୟରେ ମିଳିତ ଭାବେ ଜିସିଡି ହାଇସ୍କୁଲ ପଡିଆ ଠାରେ ଉଭୟଙ୍କ କାର୍ଯ୍ୟକ୍ରମ ସମୟସୀମା ମଧ୍ୟରେ ପାଳନ କରିବାକୁ ଅତିରିକ୍ତ ଜିଲ୍ଳାପାଳ ଦ୍ୱୟ ପରାମର୍ଶ ଦେଇଥିବା ବେଳେ ଉଭୟ କମିଟିର ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଏକା ସ୍ଥାନରେ କାର୍ଯ୍ୟକ୍ରମ କରାଯିବା ସମ୍ଭବପର ହୋଇ ପାରୁ ନ ଥିବା ବେଳେ ଉଭୟ କମିଟି ନିଜେ ନିଜର ଜିଦରେ ଅଟଳ ଥିବାରୁ ସମସ୍ୟାର ସମାଧାନ ଦିଗରେ ମଧ୍ୟସ୍ଥ ସାଜିଥିବା ପ୍ରଶାସନ କୈାଣସି ନିଷ୍କର୍ସରେ ପଂହଚି ପାରି ନ ଥିଲା । ଯାହାକୁ ନେଇ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ଜିଲ୍ଳାପାଳଙ୍କୁ ଏ ନେଇ ଫୋନ୍ ମାଧ୍ୟମରେ ଅବଗତ କରାଇଥିଲେ ।

Udyog Nursery
Udyogi Nursery

ଉଭୟ କମିଟି ସହ ଜିଲ୍ଳାପାଳ ଫୋନ୍ ଯୋଗେ କଥାବାର୍ତା ହେବା ସହ ଆଜି ସଂଧ୍ୟା ସୁଦ୍ଧା ଶେଷ ନିଷ୍ପତି ଜଣାଇବାକୁ କହିଥିଲେ । ଆସନ୍ତା ୧୪ ତାରିଖ ଅପରାହ୍ନରୁ ୧୫ତାରିଖ ଯାଏଁ ୨ଦିନ ଧରି ରାୟଗଡାର ସମସ୍ତ ବର୍ଗର ଲୋକଙ୍କୁ ନେଇ ଉତ୍କଳୀୟ ନବବର୍ଷ ତଥା ମହାବୀର ଜୟନ୍ତି ଓ ପଣା ସଂକ୍ରାନ୍ତି ପାଳନ ପାଇଁ ନିଷ୍ପତି ନିଆଯାଇ ଚଳିତ ବର୍ଷ ଜିସିଡି ହାଇସ୍କୁଲ ପଡିଆ ଠାରେ ଏହି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି ବୋଲି ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ସଭାପତି ଶ୍ରୀ ବକ୍ସିପାତ୍ର ପ୍ରକାଶ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯାଇ ୧୪ତାରିଖ ସକାଳ ୯ଟାରୁ ସଂଧ୍ୟା ୪ଟା ପର୍ଯ୍ୟନ୍ତ ଡଃ.ବାବାସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତି ପାଳନ କରାଯିବ ବୋଲି ଡଃ.ଆମ୍ବେଦକର ଜୟନ୍ତି ପାଳନ କମିଟି ସଭାପତି ଶ୍ରୀ ପୁଆଲା ପ୍ରକାଶ କରିଛନ୍ତି । ଜିସିଡି ହାଇସ୍କୁଲ ପଡିଆରେ ଗୋଟିଏ ମୁଖ୍ୟ ଷ୍ଟେଜ୍ ରହିଥିବାରୁ ଉଭୟଙ୍କ କାର୍ଯ୍ୟକ୍ରମ ପାଳନ କରିବା ସମ୍ଭବପର ନ ହୋଇପାରିବା ବେଳେ ପଣା ସଂକ୍ରାନ୍ତିରେ ୧୫ହଜାରରୁ ଉର୍ଦ୍ଧ ଲୋକ ଏବଂ ଆମ୍ବେଦକର ଜୟନ୍ତିରେ ୧୦ହଜାର ଲୋକଙ୍କ ସମାଗମ ହେବା ନେଇ ଉଭୟ କମିଟି ପକ୍ଷରୁ ଜଣାଯାଇଥିଲା ।

ତେବେ ଆମ୍ବେଦକର ଜୟନ୍ତି ପାଳନ କମିଟି ସକାଳରୁ କାର୍ଯ୍ୟକ୍ରମ ଆରମ୍ଭ କରି ଅପରାହ୍ନ ୩ଟା ମଧ୍ୟରେ ସାରିବା ଏବଂ ଅପରାହ୍ନ ୩ଟା ପରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ସଂଧ୍ୟାରେ ଉଭୟ କମିଟି ସଦସ୍ୟଙ୍କ ମଧ୍ୟରେ ଆଲୋଚନା ପରେ ସକାରତ୍ମକ ଫଳାଫଳ ତଥା ନିଷ୍କର୍ସ ବାହାରିଥିବାରୁ ଅତିିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ଉଭୟ କମିଟି ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଉକ୍ତ ଦିବସରେ ପାଳନ ହେବାକୁ ଥିବା ଜୟନ୍ତି ତଥା ଉତ୍ସବକୁ ଭାଇଚାରା ମଧ୍ୟରେ ସମସ୍ତେ ଆନନ୍ଦ ଉଲ୍ଳାସରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.