ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମ ମଝିରେ ଥିବା ୧୧ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି । ବେଳେବେଳେ ଏଥିରୁ ନିଆଁ ବାହାରୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ଟ୍ରାନ୍ସଫର୍ମର ନିକଟରେ ଅନେକ ଘର ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏହି ଟ୍ରାନ୍ସଫର୍ମରଟି ଗୋଟିଏ ପୋଲ ଉପରେ ରହିଛି । କେତେବେଳେ ଯେ ଢଳିପଡି ଜୀବନହାନି ଘଟିବ ତାହା କହି ହେବନାହିଁ । ଏସମ୍ପର୍କରେ ଗ୍ରାମବାସୀ ଖାରୀ ସେକ୍ସନ ବିଦ୍ୟୁତ ଅଧିକାରୀଙ୍କୁ ଟ୍ରାନ୍ସଫର୍ମର ସ୍ଥାନାନ୍ତର ଓ କେବୁଲ ଯୋଗେ ଗାଁକୁ ବିଦ୍ୟୁତ ଯୋଗେଇବାକୁ ନିବେଦନ କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ଏହା ସ୍ଥାନାନ୍ତର ହୋଇନାହିଁ । ଏହାକୁ ତୁରନ୍ତ ସ୍ଥାନନ୍ତର ନକଲେ ଗ୍ରାମବାସୀ ଆଗାମୀଦିନରେ ଖାରୀ ସେକ୍ସନ ଅଫିସ ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି ।





