ମାରୱାଡ଼ି ସମାଜ ପକ୍ଷରୁ ହନୁମାନ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ରାତିରେ ଜନସାଧାରଣଙ୍କ ପାଇଁ ଅନ୍ନ ପ୍ରସାଦ ବଂଟନ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ, କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ବହୁ ସଂଖ୍ୟାରେ ମାରୱାଡ଼ି ସମାଜର ସଦସ୍ୟ ତଥା ଜନସାଧାରଣ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପପୁ ଅଗ୍ରୱାଲ, ଦୀନେଶ କୁମାର ଜୈନ, ନବୀନ ଅଗ୍ରୱାଲ, ଭାରତ ଭୂଷଣ ଜୈନ, ଏପେନ୍ ଜିନ୍ଦଲ, ନସିବ୍ ଜିନ୍ଦଲ, ବଜରଙ୍ଗ ଅଗ୍ରୱାଲ, ସଂଜୁ ଜିନ୍ଦଲ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.