ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ସଇଁତଲା ଥାନା କୁଆଁରଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ମହିଳା ନିର୍ଯାତନା ସହି ନ ପାରି ପଙ୍ଖା ରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତ ମହିଳାଙ୍କ ନାମ କଳ୍ପନାମୟୀ ତ୍ରିପାଠୀ (୨୫) ସ୍ୱାମୀ ଶୁଭାଂଶୁ ଶେଖର ତ୍ରିପାଠୀ ଘର ସଇଁତଲା ଥାନା କୁଆରଗାଁ ବୋଲି ଜଣାପଡିଛି l ଘଟଣା ଖବର ପାଇଁ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନୀ କୁମାର ସାହୁ, ଏସଆଇ ସଂଗୀତା ବେକ, ଆଲୋକ ଭୋଇ ଘଟଣାସ୍ଥଳରେ ପହଂଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ବଲାଙ୍ଗୀର ଡାକ୍ତରଖାନାକୁ ପଠାଯାଇଛି l ଏଥିରେ ଥାନା କେଶ ନଂ ୭୮/୨୩ ରେ ମାମଲା ରୁଜୁ କରି ସ୍ୱାମୀ ଶ୍ରୁଭ୍ରଂଶୁ ତ୍ରିପାଠୀଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରି ଶୁକ୍ରବାର ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି l ପ୍ରକାଶ ଯେ , କୁଆରଗାଁର ସଚୀକାନ୍ତ ତ୍ରିପାଠୀ ଙ୍କ ପୁଅ ଶୁଭ୍ରାଂଶୁ (୩୦) ଗତ ୨୩ ଏପ୍ରିଲ ୨୦୧୮ ମସିହାରେ ବଲାଙ୍ଗୀର ସହରର ରାମେଶ୍ୱର ନଗର ସ୍ବର୍ଗତ ଗୋବିନ୍ଦ ଷଡ଼ଙ୍ଗୀଙ୍କ ଝିଅ କଳ୍ପନାମୟୀ ଙ୍କ ସହିତ ବିବାହ କରିଥିଲେ l ବିବାହ ପରେ ବିଭିନ୍ନ ସମୟରେ କଳ୍ପନା କୁ ଶଶୁର ଘର ଲୋକେ ବାଇକ ଓ ୧ ଲକ୍ଷ ଟଙ୍କା ଯୌତୁକ ଦାବୀ କରିବା ସହ ବାରମ୍ବାର ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ୨୦୨୦ ମସିହାରେ ସଇଁତଲା ଥାନାରେ ଅଭିଯୋଗ ପରେ ଆପୋଷ ବୁଝାମନା ହୋଇଥିଲା ବୋଲି ଝିଅର ଭାଇ ରଶ୍ମି ରଞ୍ଜନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି l ଗତ ୬ ତାରିଖ ଗୁରୁବାର ଘଟଣା ଦିନ ସକାଲୁ ମୃତ ମହିଳାଙ୍କ ସହ ଶାଶୁ ଶଶୁରଙ୍କ ଝଗଡା ହୋଇଥିଲା l ଏହାପରେ ୧୦ଟା ସମୟରେ ଶୁଭ୍ରାଂଶୁ ସଇଁତଲାକୁ ପୁଅର ଆଧାର କାର୍ଡ ଆଣିବାକୁ ଯାଇଥିବା ବେଳେ ଘରେ କେହି ନ ଥିବାରୁ ସ୍ତ୍ରୀ ଗାଁ ପୋଖରୀକୁ ଗାଧୋଇ ଆସି ଘରେ କବାଟ ଦେଇ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ l ଖବର ପାଇଁ କଳ୍ପନା ଙ୍କ ବାପା ଘର ଲୋକେ କୁଆରଗାଁ ରେ ପହଂଚି ପାରିପାଶ୍ୱିକ ସ୍ଥିତିକୁ ଦେଖି କଳ୍ପନାକୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ସଇଁତଲା ଥାନାରେ ଠାରେ କଳ୍ପନା ଙ୍କ ବାପା ଘର ଲୋକେ ଲିଖିତ ଅଭିଯୋଗ କରିଛନ୍ତି l ଏଥିରେ ଶୁଭାଂଶୁ ଗାଁ କୋଣସି କାମଧନ୍ଦା ନ ମିଳିବାରୁ ଅହମଦାବାଦ କୁ ଯାଇ ଶ୍ରମିକ ଭାବେ କାଯ୍ୟ କରିଥିଲେ l ବର୍ତମାନ କଳ୍ପନା ଙ୍କ ୩ ବର୍ଷର ଶିଶୁପୁତ୍ର ଥିବା ଜଣାଯାଇଛି l ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଙ୍କ ତତ୍ତ୍ୱବଧାନରେ ଏସଆଇ ସଂଗୀତା ବେକ ଘଟଣାକୁ ତଦନ୍ତ କରୁଛନ୍ତି l