ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଗିରଫ ହେଲେ ଯୁବକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗିରଫ ହୋଇଛନ୍ତି । ବ୍ୟକ୍ତିଜଣକ ନିଶାଶକ୍ତ ଥିବା କୁହାଯାଉଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୬ଇ ୩୦୮ ନମ୍ବର  ଦିଲ୍ଲୀ ବେଙ୍ଗାଲୁର ଇଣ୍ଡିଗୋ ଫ୍ଲାଇଟ ଶୁ୍କ୍ରବାର ସକାଳ ୭ଟା ୫୬ରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବାହାରି ବିଦେଶ ଅଭିମୁଖେ ଯାଉଥିଲା । ବିମାନରେ  ନିଶାଶକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀ ଜଣକ ଜରୁରୀକାଳୀନ ଏଗଜିଟର ଫ୍ଲାପ୍ ଖୋଲିବାକୁ ଉଦ୍ୟମ କରିଥିଲେ । ଏହା ଦେଖି  ପରିଚାରିକା ପାଇଲଟଙ୍କୁ କହିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ତାଗିଦ କରାଯାଇଥିଲା । ତେବେ ବିମାନଟି ବେଙ୍ଗାଲୁରରେ ପହଞ୍ଚିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏପରି ଘଟଣା ନୂଆ ନୁହଁ । ଏହା ପୂର୍ବରୁ ମଧ୍ୟ ଜଣେ ପାସେଞ୍ଜର ଇଣ୍ଡିଗୋ ବିମାନରେ ମୁମ୍ବାଇ ଯାଉଥିବାବେଳେ ଜରୁରିକାଳୀନ ଦ୍ୱାର କଭର ବାହାର କରିବାକୁ ଚେଷ୍ଟା କରି ଗିରଫ ହୋଇଥିଲେ । ସେତେବେଳେ ବିମାନଟି ମଝି ଆକାଶରେ ଉଡୁଥିଲା । ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସୂଚନାଥାଉ କି,   ବିମାନ ଉଡାଣ ଆରମ୍ଭ କରିବା ପୂର୍ବରୁ ବିମାନ ପକ୍ଷରୁ ସୁରକ୍ଷା ସମ୍ପର୍କିତ ନିୟମାବଳୀ କୁହାଯାଇଥିାଏ । ସେଥିରେ ଜରୁରୀକାଳୀନ ଦ୍ୱାର ବିଷୟରେ କୁହାଯାଇଥାଏ । ଏହା ସତ୍ତ୍ୱେ ଯାତ୍ରୀମାନେ ବାରମ୍ବାର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.