ମା ମଝିଘରିଆଣୀଙ୍କ ଆଳତି ସଂଗୀତର ଭିଡ଼ିଓ ସୁଟିଂ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ) : ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଆଳତି ଉପରେ ଆଧାରିତ ଏକ ଆଧ୍ୟାତ୍ମିକ ସଂଗୀତ ଅତିଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏହି ସଂଗୀତଟି ର ନିର୍ଦ୍ଦେଶନା କରିଛନ୍ତି ବି.କେ ମହାନ୍ତି । ସେହିପରି ଏହି ସଂଗୀତ ର ପ୍ରଯୋଜକ, ଲେଖକ ଓ ଗାୟକ ହେଲା ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ। ଏହି ସଂଗୀତ ମୁମ୍ୱାଇର ଏକ ଷ୍ଟୁଡ଼ିଓରେ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ରାଜେଶ କୁମାର ପାଢ଼ୀଙ୍କ ସହ ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ କଣ୍ଠଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସଂଗୀତଟି ବି ଫିଲ୍ମ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ସମ୍ପାଦନ କରାଯାଇଛି । ସେହିପରି ଭୁବନେଶ୍ୱରର ପ୍ରକାଶ କୁମାର ବେହେରା ଓ ନରେନ୍ଦ୍ର କୁମାର ମହାପାତ୍ର ଏହି ସଂଗୀତ ଦଳ ଟ୍ରେକ୍ ପ୍ରସ୍ତୁତ କରିବାରେ ସହଯୋଗ କରିଥିଲେ । ଆଜି ଏହି ସଂଗୀତର ଭିଡ଼ିଓ ସୁଟିଂ ପିତାମହଲ ସ୍ଥିତ ଚନ୍ଦ୍ରକଳା ଫାର୍ମ ହାଉସ ଠାରେ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ରାଜେଶ କୁମାର ପାଢ଼ୀ ଓ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରଶାସକ ଅଧିକାରୀ ସସ୍ମିତା ମହାନ୍ତି ଅଭିନୟ କରିଛନ୍ତି। ଏହି ସଂଗୀତଟି ସମସ୍ତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.