ଜିଲ୍ଲାପାଳଙ୍କ କୋକସରା ଗସ୍ତ; ଡୋକରୀଚଞ୍ଚରା, ବୁଢ଼ାରଜା ମନ୍ଦିର ଉନ୍ନତି ପାଇଁ ନକ୍ସା ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସୋମବାର କୋକସରା ବ୍ଲକ ଗସ୍ତରେ ଆସି ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଓ ଆମପାଣି ବୁଢ଼ାରାଜା ଦେବଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୁଷଣ, ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଳାହାଣ୍ଡି ପାୱାର ସଚିନ୍ ପ୍ରକାଶ, କୋକସରା ତହସିଲଦାର ଦେବବ୍ରତ କରାଟି, ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଜିଲ୍ଲାପାଳ ରେଡ୍ଡୀ ଆମପାଣି ବୁଢ଼ାରାଜା ଦେବଙ୍କ ମନ୍ଦିର ପରିଦର୍ଶନ କରିବା ସହିତ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ଆଲୋଚନା କରି ନକ୍ସା ପ୍ରସ୍ତୁତି କରିଥିଲେ। ମନ୍ଦିରର ଉନ୍ନତି ସହିତ ସାହାଜଖୋଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ‘କରକ’ ଜଳ ପ୍ରପାତର ଉନ୍ନତି ଦିଗରେ ମଧ୍ୟ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ଆମପାଣିଠାରେ ଜିଲ୍ଲାପାଳଙ୍କ ଆଲୋଚନା ସମୟରେ ମନ୍ଦିର ପୁଝାରୀ ଫକିର ପୁଝାରୀ, ତ୍ରିନାଥ ପ୍ରଶ୍ନ ରାୟ, କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝୀ, ଜିତେନ୍ଦ୍ର ପଣ୍ଡା, ମନୋରଞ୍ଜନ ବାଣୁଆ, ନକୁଲ ବାଣୁଆ ପ୍ରମୁଖ ଉପସ୍ଥିତ ରହିଥିଲେ। ସେଠାରୁ ଜିଲ୍ଲାପାଳ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପରିଦର୍ଶନ କରିଥିଲେ। ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ବିଭିନ୍ନ ସ୍ଥାନକୁ ବୁଲି ସମୀକ୍ଷା କରିଥିଲେ। ପୁଣି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ମିଲିଥିବାବେଳେ ସ୍ବଚ୍ଛତା, ପାନୀୟ ଜଳ, ବିଦ୍ୟୁତ୍, ରାସ୍ତା ଓ ବିଭିନ୍ନ ଉନ୍ନତି ଦିଗରେ ଜିଲ୍ଲାପାଳ ରେଡ୍ଡୀ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଗଜାନନ ଲାଡେ, ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କଅଁର, ଫରେଷ୍ଟ ଚିତ୍ତରଞ୍ଜନ ବେହେରା ଓ ଡୋକରୀ ଚଞ୍ଚରା ଉନ୍ନୟନ କମିଟି ସହିତ ଆଲୋଚନା କରିଛନ୍ତି। ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ବର ପାତ୍ର, ଘନଶ୍ୟାମ ନାଏକ, ରାଜେନ୍ଦ୍ର ନାଏକ, ଜତିନ ମାଝୀ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ଭୋଗମଣ୍ଡପ, ସେଲାର ଲାଇଟ, ପୁନ୍ୟକୁଣ୍ଡର ଉନ୍ନତି କୁ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.