ବନ ବିଭାଗ ପକ୍ଷରୁ କରତ କଳ ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ପ୍ରାୟ ୫୦ ହଜାର ଟଙ୍କାର ମୂଲ୍ୟବାନ କାଠ ସହ କରତ କଲ ଯନ୍ତ୍ରାଂଶକୁ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବନାଞ୍ଚଳର କଇଠିପଦା ଗ୍ରାମ ନିକଟରେ ଏକ ବେଆଇନ କରତକଳ ଚାଲୁଥିବା ନେଇ ଖବର ପାଇବା ପରେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ନିର୍ଦ୍ଦେଶ କ୍ରମେ ସୁମଣ୍ଡଳ ସେକ୍ସନ ଓ ଖଲ୍ଲିକୋଟ ଜଙ୍ଗଲ ବିଭାଗ କର୍ମଚାରୀ ଲମାନେ ଲକ୍ଷାଧିକ ଟଙ୍କାର କରତକଳ ଯନ୍ତ୍ରାଂଶକୁ ଜବତ କରିଥିବା ବେଳେ ଖଲ୍ଲିକୋଟ ନିକଟସ୍ଥ ମାଟିଆ ସାହିର ଏକ କାଠ ଗୋଦାମରୁ ବେଆଇନ ଭାବେ ଶାଳ, ସାଗୁଆନ୍ ଓ ଗମ୍ଭାରୀ କାଠ ଚୋରାରେ ବିକ୍ରି ଉଦ୍ୟମ ହେଉଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ କାବୁ କରି ଜବତ କରିଥିଲେ। ଜବତ କାଠ ର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ ଚଢ଼ାଉରେ ସୁମଣ୍ଡଳ ବନପାଳ କାନନ ଭୂୟାଁ, ବନରକ୍ଷୀ ମନୋଜ ସେଠୀ, ପ୍ରିୟଙ୍କା ପ୍ରିୟଦର୍ଶନୀ, ବନପାଳ ପ୍ରସନ୍ନ କୁମାର କାର୍ଜି ଓ ଅନ୍ୟ କାର୍ମଚାରୀମାନେ ଅଂଶଗ୍ରହଣ କାରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.