ଗୃହଯୁଦ୍ଧଗ୍ରସ୍ତ ସୁଦାନରୁ ଗୃହକୁ ଫେରିଲେ ତୋଟା ଗାଁର ପବିତ୍ର, ବଖାଣିଲେ ଯୁଦ୍ଧର ଭୟାବହତା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘଦିନ ହେଲା ସୁଦାନରେ ଗୃହ ଯୁଦ୍ଧ ଚାଲିଥିବା ବେଳେ ସୁଦାନରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଆରମ୍ଭ କରିଥିବା କାବେରୀ ଯୋଜନା ମାଧ୍ୟମ ଫେରିଛନ୍ତି ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁର ବାନାମ୍ବର ପ୍ରଧାନଙ୍କ ପୁଅ ପବିତ୍ର ମୋହନ ପ୍ରଧାନ। ଗାଁକୁ ଫେରି ପରିବାର ଆଗରେ ବଖାଣି ଛନ୍ତି ସୁଦାନ ଗୃହଯୁଦ୍ଧର ଭୟାବହତା। ଗତ ୫ ମାସ ତଳେ ପବିତ୍ର କାମ କରିବା ପାଇଁ ସୁଦାନ ଯାଇଥିଲା। ତେବେ ୧୫ ତାରିଖରୁ ସେଠାରେ ଯୁଦ୍ଧ ହେବା ନେଇ ପରିବାର ଲୋକମାନେ ଜାଣି ଭୟଭୀତ ହେବା ସହ ପବିତ୍ରର ବୃଦ୍ଧ ପିତାମାତା ଦୁଃଖରେ ଭାଙ୍ଗି ପୁଅ କଥା ଭାବି ଆଖିକୁ ନିଦ ଆସୁନଥିବା ବେଳେ ଅଖିଆ ହୋଇ ପୁଅ ଫେରିବା ବାଟକୁ ଅନାଇ ଆଖିରୁ ଲୁହ ଶୁଖୁ ନଥିଲା। ପୁଅକୁ ଝୁରି ଝୁରି ଠାକୁରଙ୍କୁ ଡାକୁଥିଲେ ପବିତ୍ରର ବାପା ମା। ଗତ କଲି ପବିତ୍ର ଘରକୁ ଫେରିବା ପରେ ବାପା ମାଙ୍କ ଆଗରେ ଯୁଦ୍ଧର ଭୟାବହତା ସମ୍ପର୍କରେ କାନ୍ଦି କାନ୍ଦି ବଖାଣିବା ସହ ସେ ରହୁଥିବା କମ୍ପାନୀ ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ କମ୍ପାନୀ କୁ ବୋମା ମାଡ କରିବା ଫଳରେ ଥରି ଉଠି ଥିଲେ ପ୍ରବାସୀ ଓଡ଼ିଆ ମାନେ ରହୁଥିବା କୋଠା ଅତିମାତ୍ରାରେ ଭୟଭୀତ ହୋଇପଡିଥିଲେ l ଏଭଳି ଏକ ବଡ ବିପଦରୁ ଓଡିଶାରେ ପବିତ୍ର ସହ ୬ ଜଣ ଓଡ଼ିଆ ଉଦ୍ଧାର ପାଇଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ l ପୁଅ ଫେରିବା ପରେ ପବିତ୍ରଙ୍କ ପରିବାର ଖୁସି ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.